Get Updates
Get notified of breaking news, exclusive insights, and must-see stories!

ଲୋକସଭାର ସାଂସଦ ଭାବେ ଓଡ଼ିଆରେ ଶପଥ ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ

ସାଂସଦ ଭାବେ ଶପଥ ଗ୍ରହଣ କଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ସେ ଆଜି ଲୋକସଭାରେ ଓଡ଼ିଆରେ ସାଂସଦ ଭଲରେ ନିଜର ଶପଥ ପାଠ କରିଥିଲେ ।

ସମ଼୍ବଲପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି । କମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି । ଅନ୍ୟପଟେ ସୁନ୍ଦରଗଡ଼ରୁ ପୁନର୍ବାର ଏମ୍‌ପି ହୋଇଥିବା ତଥା ବର୍ତ୍ତମାନର କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ୍‌ ମଧ୍ୟ ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି ।

Dharmendra Pradhan

ସୂଚନା ଥାଉକି, ଲୋକସଭାର ୧୮ତମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ଏମ୍‌ପି ମାନେ ଶପଥ ଗ୍ରହଣ କରୁଛନ୍ତି । ସଂସଦରେ ନବନିର୍ବାଚିତ ୨୮୦ ଜଣ ଏମ୍‌ପିଙ୍କୁ ଆଜି ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପରେ ପରେ ରାଜନାଥ ସିଂହ ଏବଂ ନୀତିନ୍‌ ଗଡ଼କାରୀ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ପରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପିୟୁଷ୍‌ ଗୋଏଲ୍‌ଙ୍କ ସେମତ ଅନ୍ୟ ଏମ୍‌ପିମାନେ ଶପଥ ଗ୍ରହଣ କରୁଛନ୍ତି ।

ଲୋକସଭାର ଏହି ଅଧିବେଶନ ଜୁଲାଇ ୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ୧୦ ଦିନରେ ସମୁଦାୟ ୮ଟି ବୈଠକ ହେବ | ଦୁଇ ଦିନ ଧରି ଚାଲିବ ନବ ନିର୍ବାଚିତ ସଦସ୍ୟଙ୍କ ଶପଥରୁ ଏହି ଅଧିବେଶନ ଆରମ୍ଭ ହୋଇଛି ।

ଅଧିବେଶନର ଶେଷ ଦୁଇ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସରକାର ଧନ୍ୟବାଦ ଅର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨ ରେ ଲୋକସଭା ଏବଂ ଜୁଲାଇ ୩ ରେ ରାଜ୍ୟସଭାକୁ ସମ୍ବୋଧିତ କରିବେ। ଏହା ପରେ ଉଭୟ ଗୃହରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରାଯିବ। ଗତ ଦଶ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଥିବା ନରେନ୍ଦ୍ର ମୋଦୀ ଏକ ଦୃଢ଼ ବିରୋଧର ସମ୍ମୁଖୀନ ହେବେ। ଅଧିବେଶନ ଆରମ୍ଭ ହେବାର ଠିକ୍ ପୂର୍ବରୁ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ କାମଚଳା ବାଚସ୍ପତି ପ୍ରସଙ୍ଗରେ ବିବାଦ ତୀବ୍ର ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+