‘ଖୁବ୍ ଶୀଘ୍ର କୋଷ୍ଟାଲ ହାଇୱେ, କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାର୍ଯ୍ୟ ଆରମ୍ଭ ହେବ'
ଭୁବନେଶ୍ୱର: ଓଡ଼ିଶାରେ 'କୋଷ୍ଟାଲ ହାଇୱେ' ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରମୁଖ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ 'କୋଷ୍ଟାଲ ହାଇୱେ' ନିର୍ମାଣ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।
ଭାରତମାଳା ପରିଯୋଜନାରେ ଏହି ପ୍ରସ୍ତାବିତ ରାଜପଥ ତିନୋଟି ସେକ୍ସନରେ ରାମେଶ୍ୱରରୁ ରତନପୁର, ରତନପୁରରୁ ଦୀଘା ଏବଂ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବ । ଏଥିପାଇଁ ଡିପିଆର୍ ସହ ଆନୁଷଙ୍ଗିକ ମଞ୍ଜୁରୀ ପ୍ରାୟ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ଅଛି । ଖୁବ ଶୀଘ୍ର କୋଷ୍ଟାଲ ହାଇୱେ ନିର୍ମାଣ କାମ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ କଳ୍ପନା ସାକାର କରିବା ଦିଗରେ ଉପକୂଳ ରାଜପଥ ଓଡ଼ିଶା ସମେତ ପୂର୍ବ ଭାରତର ସାମାଜିକ ଓ ଆର୍ôଥକ ବିକାଶ ଦିଗରେ ଗେମ୍ ଚେଞ୍ଜର ହେବ ।

ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ନୂଆ ସୂର୍ଯ୍ୟୋଦୟ ହେବ । ସେହିପରି କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମୋଦୀ ସରକାରରେ ସଡ଼କପଥ ଭିତ୍ତିଭୂମି ଓ ଗମନାଗମନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଭାରତମାଳା ପରିଯୋଜନାରେ ଓଡ଼ିଶାରେ ୬,୦୯୨ କୋଟି ଟଙ୍କା ବ୍ୟୟରେ ୧୧୧ କିମି ବିଶିଷ୍ଟ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗକୁ ବଢିଛି ।
ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକକୁ ସଂଯୋଗ କରୁଥିବା ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍ ପ୍ରକଳ୍ପ 'ପୂର୍ବୋଦୟ' ଯୋଜନାରେ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ସଶକ୍ତ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।












Click it and Unblock the Notifications