For Quick Alerts
Turn On Notification  
For Daily Alerts
Oneindia App Download

ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ନେଇ ଆସନ୍ତୁ :ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ନେଇ ଆସନ୍ତୁ :ଧର୍ମେନ୍ଦ୍ର ପ୍ରଧାନ

|

ପଦ୍ମପୁର: ପଦ୍ମପୁର ଝାରବନ୍ଧରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ । ମାଗିଲେ ୨୨ ବର୍ଷ ଶାସନ କାଳର ହିସାବ । ବିଭିନ୍ନ ପ୍ରସଙ୍ଗ ଯେପରି ଧାନ କିଣା, ଜଳସେଚନ, ଦାଦନ, ଇନପୁଟ୍ ସବସିଡି ପ୍ରସଙ୍ଗ ଉଠାଇ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ । ସେହିପରି ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତକୁ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି 'ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ନେଇ ଆସନ୍ତୁ, ଦଳର ସଭାପତି ଭାବରେ ଜିଲ୍ଲା ଗଠନର ଦାଇତ୍ୱ ନେଲେ ଚଳିବ ନାହିଁ । ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦିଅନ୍ତୁ' ।

Padmapur By Election

ସେହିପରି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ମଧ୍ୟ ରାଜ୍ୟ ସରକରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ସ୍ଥାୟୀ ନିଯୁକ୍ତି ନଥିବା କରାଣରୁ ୭୫ ଲକ୍ଷ ପିଲାଙ୍କ ଭବିଷ୍ୟତ ଗଢୁଥିବା ୧ ଲକ୍ଷ ଶିକ୍ଷକ ମାନସିକ ଯନ୍ତ୍ରଣା ପାଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂ ତୋମାର, ବିଶ୍ୱେଶ୍ୱର ଟୁଡୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ମୈଇଦାନକୁ ଓହ୍ଲାଇଥିଲେ ।

ଗତକାଲି ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟର ମିଶନ ଶକ୍ତି ମାଆ ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ସରକାରଙ୍କର ଏହି ଘୋଷଣା ପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ସେ କହିଥିଲେ ଯେ, ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ରୁରାଲ୍‌ ଡେଭଲପ୍‌ମେଣ୍ଟ ଡିପାର୍ଟମେଣ୍ଟର ଦୀନଦୟାଲ ଅନ୍ତୋଦୟ ଯୋଜନା ଓ ନ୍ୟାସନାଲ ରୁରାଲ୍‌ ଲାଇଭ୍‌ଲିହୁଡ୍‌ ମିଶନରେ କେନ୍ଦ୍ର ସରକାର ଲାଇଭହୁଡ ମିଶନରେ ମହିଳା ମାନଙ୍କୁ ୧୧% ସୁଧ ଉପରେ ୭% ସୁଧ ଛାଡ କରିଛନ୍ତି । ରାଜ୍ୟ ସରକାର ମାତ୍ର ୪ ପ୍ରତିଶତ ଋଣ ଛାଡ କରି ବାହାବାହି ନେବାପାଇଁ ଚେଷ୍ଟା କରୁଛନ୍ତି । ତେବେ ପଦ୍ମପୁର ଉପ-ନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟ ସରକାର ଏପରି ଘୋଷଣା କରିଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dharmendra Pradhan once again targeted the Chief Minister from Padmapur byelection forum saying "Come with the promise "
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X