ସମ୍ବଲପୁରରେ “ଭାଇ ଜିଉଁନ୍ତିଆ” ପର୍ବରେ ସାମିଲ ହେଲେ ଧର୍ମେନ୍ଦ୍ର

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର କୁଷ୍ଟପଡା ଠାରେ ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବ "ଭାଇ ଜିଉଁନ୍ତିଆ"ରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି "ଭାଇ -ଜିଉଁନ୍ତିଆ" ହେଉଛି ଆମ ଓଡ଼ିଶାର ଅନନ୍ୟ ପର୍ବ । ଆଜି ସମ୍ବଲପୁରରେ ଭଉଣୀମାନଙ୍କ ସହ ଏହି ପର୍ବରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଜଗଦଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପରେ ଭଉଣୀମାନେ ନିର୍ଜଳା ଉପବାସ ରହି ଭାଇ ମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି "ଭାଇ- ଜିଉଁନ୍ତିଆ" ପାଳନ କରନ୍ତି । ଭାଇ ଭଉଣୀ ସମ୍ପର୍କର ଏହା ଏକ ନିଆରା ପରମ୍ପରା ।

ଆଜି ଏହି ଭାଇ ଜଉଁନ୍ତିଆ ପର୍ବ ଅବସରରେ ମାଆ, ଭଉଣୀ ମାନଙ୍କ ଠାରୁ ମିଳିଥିବା ଭଲ ପାଇବା, ସ୍ନେହ ଓ ଆଶୀର୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ପିତ । ଏହି ଆଶୀର୍ବାଦ ଦେଶର ମାତୃଶକ୍ତିକୁ ସମର୍ପିତ ।

dharmendra_pradhan

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଦେଶରେ ମହିଳା ଆଧାରିତ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଦେଶର ମାତୃଶକ୍ତିଙ୍କୁ ବିଶ୍ଵ ସ୍ତରକୁ ନେବା ପାଇଁ ସଂକଳ୍ପବଦ୍ଧ । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି । ସବୁ ଏଲପିଜି ଉପଭୋକ୍ତା ଓ ଉଜ୍ଜ୍ୱଳା ଲାଭାର୍ଥୀଙ୍କ ପାଇଁ ରୋଷେଇ ଗ୍ୟାସର ମୂଲ୍ୟ ହ୍ରାସ କରାଯାଇଛି । ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବାର ଯୋଜନା ଆରମ୍ଭ ହୋଇଛି । ଏହି ସବୁ ମହିଳା କଲ୍ୟାଣକାରୀ ଯୋଜନା ଗୁଡିକ ଆଜି ମୋଦି ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଆଗାମୀ ଦିନରେ ଦେଶରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱରେ ନୂଆ ପରାକାଷ୍ଠା ଦେଖାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ମହାନବମୀର ଶୁଭ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରି ମା'ଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+