Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା ମୋଦି ଓ ଶାହାଙ୍କୁ ଜଣାଇଛି: ଧର୍ମେନ୍ଦ୍ର ପ୍ରଧାନ

ଆଜି ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଫୋଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କଟକ: ମାହାଙ୍ଗା ଥାନା କୁଳମଣି ବରାଳଙ୍କ ହତ୍ୟାକାଣ୍ଡ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ଏହି ଘଟଣା ବିଷୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଥିବା କହିଛନ୍ତି ।

Dharmendra Pradhan

ଆଜି ଧର୍ମେନ୍ଦ୍ର ପ୍ରଧାନ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଫୋଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ସେଠାରେ ଆୟୋଜିତ ସମାବେଶରେ ଧର୍ମେନ୍ଦ୍ର କହିଛନ୍ତି ଯେସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଦେଢ଼ ଲକ୍ଷ ଟଙ୍କା ଦିଆଯାଉଛି । ମାତ୍ର ଏଠାରେ କ୍ଷମତାରେ ଥିବା ଲୋକଙ୍କ ଅବ୍ୟବସ୍ଥା କାରଣରୁ ଟଙ୍କାକୁ ଅପାତ୍ରଙ୍କୁ ଦିଆଯାଉଛି ।

ତେବେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ଯୋଗ୍ୟ ପାତ୍ର ମିଳୁ ବୋଲି ସେ ଦାବି କରିଛନ୍ତି । ଓଡ଼ିଶାରେ ବିଜେପି ଦଳ ସମ୍ବିଧାନ ଓ ବ୍ୟବସ୍ଥାରେ ବିଶ୍ୱାସ କରି ଅନ୍ୟାୟ, ଅତ୍ୟାଚାର ଓ ନୀତି ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ଲଢିବା ସହ ଗରିବ ଲୋକଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରଖିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+