ଶହୀଦ ଯବାନ ସରୋଜ କୁମାର ଦାସଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଧର୍ମେନ୍ଦ୍ର
ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କେନ୍ଦୁଢ଼ିପ ଗାଁରେ ଶହୀଦ ଯବାନ ସରୋଜ କୁମାର ଦାସଙ୍କ ବାସଭବନକୁ ଯାଇ ତାଙ୍କର ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଶହୀଦ ସରୋଜ କୁମାର ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି ଅଞ୍ଚଳର ବୀରପୁତ୍ର ଥିଲେ । ରାଷ୍ଟ୍ର ପାଇଁ ତାଙ୍କର ସେବା କାର୍ଯ୍ୟ, ସମର୍ପଣ ଭାବନା ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରୁଛି ।

ସେହିପରି ପବିତ୍ର ମହାଷ୍ଟମୀ ଅବସରରେ ତାଳଚେର ଅଞ୍ଚଳର ବିଭିନ୍ନ ମଣ୍ଡପ ଏବଂ ମନ୍ଦିରରେ ମା ଦୁର୍ଗାଙ୍କ ଆରାଧନା କଲେ ଧର୍ମେନ୍ଦ୍ର । ତାଳଚେର ଅଞ୍ଚଳର ବଲଣ୍ଡା ମନ୍ଦିରରେ ମାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ଧର୍ମେନ୍ଦ୍ର । ଏହାପରେ କର୍ଣ୍ଣପୁର ସ୍ଥିତ କାନକେଶ୍ୱର ମହାଦେବଙ୍କ ଦର୍ଶନ କରିବା ସହ ମା କନକ ଦୁର୍ଗାଙ୍କ ଆଶିଷ ଲାଭ କରିଥିଲେ କେନ୍ଦ୍ର ମନ୍ତ୍ରୀ ।
ଶ୍ରୀରାମ ମନ୍ଦିରରେ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଘଣ୍ଟପଡା ଠାରେ ଦୁର୍ଗାଙ୍କ ମନ୍ଦିରରେ ମାଙ୍କୁ ପ୍ରାର୍ଥନା କରି ସମସ୍ତଙ୍କ ମଙ୍ଗଳ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ଧର୍ମେନ୍ଦ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ଛକ, ବଜାରରେ ସ୍ଥାନୀୟ ବିଜେପି କର୍ମୀ ମାନେ ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ମଧ୍ୟ କରିଛନ୍ତି ।
ସେହିପରି ବାରିହାପୁର କନକ ଦୁର୍ଗା ମନ୍ଦିରରେ ମାଙ୍କୁ ଦର୍ଶନ କରିବା ପରେ ସ୍ଥାନୀୟ ଅଧିବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଠାରେ ଦଳୀୟ କର୍ମକର୍ତ୍ତା ଏବଂ ସମର୍ଥକଙ୍କ ଗହଣରେ କିଛି ସମୟ ବିତେଇବା ଥିଲେ ମନ୍ତ୍ରୀ । ଏହାପରେ କାମାକ୍ଷାନଗର ଠାରେ ପ୍ରଧାନମନ୍ତ୍ରୀଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଯୋଜନା ଉପଲକ୍ଷେ ବିଜେପି ଦ୍ଵାରା ଆୟୋଜିତ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କେନ୍ଦୁଢ଼ିପ ଗାଁର ଶହୀଦ ସରୋଜ କୁମାର ଦାସଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାମାକ୍ଷାନଗର ବ୍ଲକ ଅଁଳାବେରେଣି ଠାରେ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ ମଧ୍ୟ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।












Click it and Unblock the Notifications