Get Updates
Get notified of breaking news, exclusive insights, and must-see stories!

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ରାଜ୍ୟ ପାଇଁ ଗର୍ବର ବିଷୟ: ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା ହେବା ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର: ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଘୋଷଣା ହେବା ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମତୀ ମୁର୍ମୁଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 Dharmendra Pradhan

ନିଜ ଟ୍ୱିଟରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ସ୍ୱାଧୀନତ୍ତୋର ଭାରତର ପ୍ରଥମ ଜନଜାତି ମହିଳା ଓ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ଭାବରେ ଶ୍ରୀମତୀ ମୁର୍ମୁଙ୍କୁ ଏହି ଗରିମାମୟ ପଦବୀ ପାଇଁ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

ଧର୍ମେନ୍ଦ୍ର ତାଙ୍କ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଜନଜାତି ପରିବାରୁ ଆସିଥିବା ଶ୍ରୀମତୀ ମୁର୍ମୁ ଜୀବନବ୍ୟାପୀ ଗରିବ ଓ ଅସହାୟଙ୍କ ସେବା କରିଛନ୍ତି। ତାଙ୍କର ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଭଲ ଅଭିଜ୍ଞତା ରହିଛି। ଆମ ଦଳ ତାଙ୍କ ଭଳି ଜଣେ କର୍ମଯୋଗୀ ମହିଳା ଓ ଉଦାର ବ୍ୟକ୍ତିତ୍ୱଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ କରିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ଶ୍ରୀମତୀ ମୁର୍ମୁଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଅନ୍ୟପଟେ ଗତକାଲି (ମଙ୍ଗଳାବର) ଟ୍ବିଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରାଇରଙ୍ଗପୁର ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+