ଓଡ଼ିଶା ସମେତ ଦେଶର ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ଆହୁରି ରିହାତି ଦରରେ ମିଳିବ ରନ୍ଧନ ଗ୍ୟାସ୍- ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା ସମେତ ଦେଶର ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ଆହୁରି ରିହାତି ଦରରେ ମିଳିବ ରନ୍ଧନ ଗ୍ୟାସ୍ । ଦେଶରେ ୯ କୋଟି ୬୦ ଲକ୍ଷ ଏବଂ ଓଡ଼ିଶାର ୫୩ ଲକ୍ଷରୁ ଅଧିକ ଉଜ୍ଜ୍ୱଳା ହିତାଧିକାରୀ ଏହି ନିଷ୍ପତି ଫଳରେ ଉପକୃତ ହେବେ ।

ଦେଶରେ ସାଧାରଣ ଘରେ ପ୍ରତି ବର୍ଷ ହାରାହାରି ୬.୩ଟି ସିଲିଣ୍ଡର ବ୍ୟବହାର ହେଉଥିବା ବେଳେ ଉଜ୍ଜ୍ୱଳା ଲାଭାର୍ଥୀ ୪ଟି ଗ୍ୟାସ ବ୍ୟବହାର କରୁଛନ୍ତି, ଫଳସ୍ୱରୂପ ଗ୍ୟାସର ସଂରକ୍ଷଣ ହେଉଛି, ଯାହା ଦେଶ ପାଇଁ ଶୁଭ ଲକ୍ଷଣ । ଏହା ପ୍ରଧାନମନ୍ତ୍ରୀଙ୍କର ଦେଶର ମାଆ ଭଉଣୀଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ଦର୍ଶାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ନିଷ୍ପତି ଫଳରେ ଓଡ଼ିଶା ସମେତ ଭାରତବର୍ଷର ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ପ୍ରତି ମାସରେ ରିହାତି ଦରରେ ଗ୍ୟାସ ପାଇପାରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

dharmendra_pradhan

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ସବସିଡି ମିଳିବା ନେଇ ଏକ ଐତିହାସିକ ନିଷ୍ପତି ପ୍ରଧାନମନ୍ତ୍ରୀ ନେଇଛନ୍ତି । ପୂର୍ବରୁ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୨୦୦ ଟଙ୍କାର ସବସିଡି ଦିଆଯାଉଥିଲା । ଗତ ଅଗଷ୍ଟ ୨୯ ତାରିଖରେ ୨୦୦ ଏବଂ ଗତକାଲି ୧୦୦ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି ।

ସବୁ ନିଷ୍ପତିକୁ ଦେଖିଲେ ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଇବେ । ଦେଶର ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ହିତାଧିକାରୀ ଏବଂ ଓଡ଼ିଶାର ୫୩ ଲକ୍ଷରୁ ଅଧିକ ଉଜ୍ଜଳା ହିତାଧିକାରୀ ଏହା ଦ୍ୱାରା ଲାଭବାନ ହେବେ ।

ତେବେ ଗତ ୨୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ କ୍ୟାବିନେଟରେ 'ଆଜାଦୀ କା ଅମୃତ' ମହୋତ୍ସବ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୋଦି ମହତ୍ୱକାଂକ୍ଷୀ 'ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା'ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡିବାକୁ ନିଷ୍ପତି ନିଆଯାଇଥିଲା । ଏହି ସଂଖ୍ୟାକୁ ମିଶାଇଲେ ଆଗାମୀ ଦିନରେ ଦେଶର ପ୍ରାୟ ୧୦ କୋଟି ଏବଂ ଓଡ଼ିଶାର ୬୦ ଲକ୍ଷ ପାଖାପାଖି ଉଜ୍ଜ୍ୱଳା ପରିବାରଙ୍କୁ ପ୍ରତି ମାସରେ ପାଖାପାଖି ୬୦୦ ଟଙ୍କାରେ ଗ୍ୟାସ ମିଳିବା ନେଇ ଅନୁମାନ ।

ଆଜି ଦେଶରେ ସାଧାରଣ ଘରେ ପ୍ରତି ବର୍ଷ ହାରାହାରି ୬.୩ଟି ସିଲିଣ୍ଡର ବ୍ୟବହାର ହେଉଛି । ତା' ତୁଳନାରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ମାନଙ୍କର ୪ଟି ଗ୍ୟାସ ବ୍ୟବହାର ହେଉଛି । ଏହା ଦ୍ୱାରା ଗ୍ୟାସର ସଂରକ୍ଷଣ ହେଉଛି, ଯାହା ଦେଶ ପାଇଁ ଶୁଭ ଲକ୍ଷଣ । ଗତକାଲିର ନିଷ୍ପତି ପ୍ରଧାନମନ୍ତ୍ରୀଙ୍କର ଦେଶର ମାଆ ଭଉଣୀଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ଦର୍ଶାଉଛି । ଏହି ନିଷ୍ପତି ଫଳରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ହେବା ସହ ସେମାନଙ୍କ ଅଧିକ ସମୟ ବଞ୍ଚିବ । ଓଡ଼ିଶା ଭାରତବର୍ଷର ନାରୀଶକ୍ତିକୁ ଶୁଭେଚ୍ଛା ଜଣାଇବା ସହ ଏହି କଲ୍ୟାଣକାରୀ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+