ଦେବଗଡ଼ ବାରକୋଟରେ ‘ପିଏମ ଜନଜାତି ନ୍ୟାୟ ମହା ଅଭିଯାନ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ମୋଦି ସରକାର ଦେବଗଡ, ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଜନଜାତି ସମାଜକୁ ଉନ୍ନତମାନର ଜୀବନଶୈଳୀ ପ୍ରଦାନ କରିବା ପାଇଁ ଗ୍ୟାରେଣ୍ଟି ଦେଇଛନ୍ତି । ୨୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଆଦିମ ଜନଜାତି ତଥା ୭୫ ପ୍ରକାରର ପିଭିଟିଜି ଗୋଷ୍ଠୀଙ୍କୁ ସରକାରୀ ସୁବିଧା ଉପଲବ୍ଧ କରାଇବା ଦିଗରେ ପିଏମ୍ ଜନମନ ଏକ ମହାଭିଯାନ ବୋଲି ସୋମବାର ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଡ଼ଅଁରା ଠାରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ(ପିଏମ୍ -ଜନମନ) କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra Pradhan;

ମକର ସଂକ୍ରାନ୍ତି' ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଏମ-ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ଅନୁଭୂତି ଶୁଣିଥିଲେ କେନ୍ଦ୍ରମନ୍ତ୍ରୀ । ଦେବଗଡ଼ ଜିଲ୍ଲାର ବାରକୋଟ୍ ଏବଂ ପାଖାପାଖି ଅଞ୍ଚଳର ଝିଲ୍ଲି ଦେଉରୀ, ବାସନ୍ତି ନାୟକ, ସଞ୍ଜୁ ଓ କୃଷ୍ଣଚନ୍ଦ୍ର ଦେହୁରୀ ମୋଦି ସରକାରରେ ପିଏମ ଆବାସରେ ପକ୍କା ଘର, ଉଜ୍ଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ, ସୌଭାଗ୍ୟରେ ଘରକୁ ବିଜୁଳି ସଂଯୋଗ ପାଇ ଉପକୃତ ହୋଇଥିବା କହିଥିଲେ । ସେହିପରି ଜଳ ଜୀବନ ମିଶନରେ ଘରକୁ ପାନୀୟ ଜଳ, ପିଏମ କିଷାନ ସମ୍ମାନ ନିଧି ଏବଂ ଜନଧନ ଯୋଜନାରେ ଆର୍ଥିକ ସହାୟତା ପାଇ ସେମାନେ ସଶକ୍ତ ଓ ଆତ୍ମନିର୍ଭର ହୋଇଥିବା ହିତାଧିକାରୀମାନେ ମତ ପ୍ରକାଶ କରିଥିଲେ ।

ସେମାନଙ୍କ ସହ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ସଶକ୍ତ କରିବା ପାଇଁ ଅନ୍ତ୍ୟୋଦୟର ଲକ୍ଷ୍ୟ ଦିଗରେ ପିଏମ-ଜନମନର ଶୁଭାରମ୍ଭ କରାଯାଇଛି । ଦେବଗଡ଼ ଜିଲ୍ଲାର ଝିଲ୍ଲି ଦେଉରୀ, ବାସନ୍ତି ନାୟକ, ସଞ୍ଜୁ ଓ କୃଷ୍ଣଚନ୍ଦ୍ର ଦେହୁରୀଙ୍କ ପରି ପାଉଡି ଭୂୟାଁ ଜନଜାତି ସମାଜର ଲୋକମାନେ ଆଜି ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାର ବଡ଼ ଲାଭାର୍ଥୀ । ମୋଦି ସରକାରରେ ଗାଁ ଗାଁକୁ ପକ୍କା ସଡକ, କମ୍ୟୁନିଟି ସେଣ୍ଟର ସହ ଜନଜାତି ଛାତ୍ରଛାତ୍ରୀଙ୍କ ରହିବା ପାଇଁ ୧୦୦ରୁ ହଷ୍ଟେଲ ଖୋଲାଯିବାର ଯୋଜନା ରହିଛି । ଅଙ୍ଗନବାଡିର ବିକାଶ ଓ ମୋବାଇଲ ମେଡିକାଲ ୟୁନିଟ୍ ପ୍ରତିଷ୍ଠା କରାଯିବାର ଯୋଜନା ହୋଇଛି । ନମୋ ଡ୍ରୋନ ଦିଦି ଏବଂ ୨ କୋଟି ଲକ୍ଷପତି ଦିଦି ବନାଇବାର ଯୋଜନା ହୋଇଛି । ଏଥିରେ ଆଦିମ ଜାତି ତଥା ଦେବଗଡ ଜିଲ୍ଲା ଲାଭାନ୍ୱିତ ହୋଇଛି ।

ଦେଶକୁ ସ୍ୱାଧୀନତା ଦେବାରେ ଜନଜାତିଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ । ଓଡ଼ିଶା ଏକ ବହୁଳ ଜନଜାତି ବସବାସ କରୁଥିବା ଅଞ୍ଚଳ ଏବଂ ଜନଜାତିଙ୍କ ବିକାଶ ବିନା ରାଜ୍ୟ ଓ ଦେଶର ବିକାଶ ଅସମ୍ପୂର୍ଣ୍ଣ । ମୋଦି ଗ୍ୟାରେଣ୍ଟିରେ ବାଦ ବିବାଦର ଜାଗା ନାହିଁ । ମୋଦି ସରକାରରେ ଶତ ପ୍ରତିଶତ ଲୋକମାନେ ଯୋଜନାର ଲାଭ ପାଇବାର ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ଭରସା ବଢିଛି । ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ମୋଦି ସରକାରଙ୍କ ଯୋଜନାରେ ବଞ୍ଚିତ ଲୋକଙ୍କୁ ଶତପ୍ରତିଶତ ଯୋଜନା ପହଞ୍ଚାଇବା ଲକ୍ଷ୍ୟ । ଆଜି ମୋଦି ଗ୍ୟାରେଣ୍ଟିରେ ଏହା ସମ୍ଭବ ହୋଇଛି । ଜନଜାତିଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାର କାର୍ଯ୍ୟକାରୀ ପାଇଁ ଓଡ଼ିଶା ସମେତ ଦେଶର ଜନଜାତି ସମାଜ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପିଏମ୍ ଜନମନ ବିକଶିତ ଭାରତର ସଂକଳ୍ପର ଏକ ପ୍ରମୁଖ ଆଧାର । ଦେଶରେ ୨୪ ଲକ୍ଷରୁ ଅଧିକ ପାଉଡି ଭୂୟାଁଙ୍କ ଭଳି ଜନଜାତି ଆଦିମ ଲୋକମାନେ ଅଛନ୍ତି । ଦେବଗଡ଼ରେ ୩୮ଟି ଗାଁର ୧୧୦୦ ଉର୍ଦ୍ଧ୍ୱ ପରିବାରରେ ସାଢେ ହଜାରରୁ ଅଧିକ ଏହି ଜାତିର ଲୋକମାନେ ବସବାସ କରନ୍ତି । ଛୋଟ ଛୋଟ ଜନବସତି ଓ ପାହାଡ ଘେରା ଅଞ୍ଚଳରେ ବସବାସ କରନ୍ତି । ପିଏମ ଜନମନ ମୋଦି ଶାସନରେ ପାଉଡିଭୂୟାଁ ଜନଜାତିଙ୍କୁ କୋଟିପତି କରିବାର ଯୋଜନା ।

ଦେବଗଡ଼ କଳା, ସଂସ୍କୃତି, ପର୍ଯ୍ୟଟନ ଜନଜାତି ଆଧାରିତ ଅଞ୍ଚଳ । ବାରକୋଟ ଏକ କୃଷିଭିତ୍ତିକ ଅଞ୍ଚଳ । ଏଠାରେ ବାଦାମ, ପନିପାରିବା, ଉନ୍ନତମାନର ଡାଲି, ଧାନ, ଗହମ ଚାଷ ହୁଏ । ମତ୍ସଚାଷ ହେବାର ଅପାର ସମ୍ଭାବନା ଅଛି । ତାଳଚେର ବିମଳାଗଡ ରେଳ ଲାଇନର ଦ୍ରୁତ କାମ ଆରମ୍ଭ ହୋଇଛି । ଝାରସୁଗୁଡ଼ାରୁ ବାରକୋଟ୍ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ତିଆରି କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ - ଜି) ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ-ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ବାରକୋଟ ବ୍ଲକ ଡ଼ଅଁରାରୁ ଜନଜାତି ଲୋକମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଭିସି ଜରିଆରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+