ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର, କହିଲେ ୨୪ ବର୍ଷରେ ଜନ୍ମମାଟିରେ ପାଣି ପହଞ୍ଚାଇ ପାରିନାହାଁନ୍ତି ନବୀନ
Odisha News: ଗଞ୍ଜାମ ଜିଲ୍ଲାରେ ନବୀନଙ୍କୁ କାଉଣ୍ଟର କଲେ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କୁ ଟାର୍ଗେଟ୍ କରି ଧର୍ମେନ୍ଦ୍ର କହିଛନ୍ତି, ୨୪ ବର୍ଷ ମଧ୍ୟରେ ଜନ୍ମମାଟିରେ ପାଣି ପହଞ୍ଚାଇବା ପାରିନାହାଁନ୍ତି ନବୀନ । ନବୀନ ପଟ୍ଟନାୟକ ବର୍ଷ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ କ୍ଷମତାରେ ଥିଲେ ହେଲେ ଏପର୍ଯ୍ୟନ୍ତ ଜିଲ୍ଲାରେ ୭ରୁ ୮ ବଡ଼ ମେଗା ପାଇପ ୱାଟର ଯୋଜନା ଆରମ୍ଭ ହୋଇଛି । ଯାହା ମଧ୍ୟରୁ ୬ଟି ପ୍ରକଳ୍ପର କାମ ଏବେ ଅଧାରେ ପଡିଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଯେଉଁ ମୁଖ୍ୟମନ୍ତ୍ରୀ ୨୪ ବର୍ଷର ଶାସନ କାଳରେ ନିଜ ନିର୍ବାଚନ ମଣ୍ଡଳୀକୁ ଠିକ୍ ଭାବେ ପାଣି ଯୋଗାଇ ପାରିନାହାନ୍ତି। ତାଙ୍କ ମୁହଁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆ କହିବା ଶୋଭା ପାଉନାହିଁ ।

ସୂଚନାଥାଉ ଯେ, ଆଜି ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକ ବିଜେପିକୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି, ବିଜେପି ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । ଆମେ ତାଙ୍କ ମିଛକୁ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ହେଲେ ଆଜି ରାଜ୍ୟବାସୀ ଜାଣିପାରିଛନ୍ତି ଯେ ବିଜେପି ମିଛ କହି କ୍ଷମତାକୁ ଆସିଛି । ନବୀନଙ୍କ ଏହି ବିବୃତ୍ତିକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।












Click it and Unblock the Notifications