For Quick Alerts
Turn On Notification  
For Daily Alerts
Oneindia App Download

ବାଙ୍କୀ ବି.କେ ବିଦ୍ୟାପୀଠର ଶତବାର୍ଷିକୀ ସମାରୋହରେ ଯୋଗ ଦେଲେ ଧର୍ମେନ୍ଦ୍ର

ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ଉଦଘାଟନ ସମାରୋହରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

|

କଟକ: ବାଙ୍କୀରେ ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତନ ଆଣିବା ହିଁ ପ୍ରକୃତ ନେତୃତ୍ୱ ବୋଲି ବୁଧବାର ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ଉଦଘାଟନ ସମାରୋହରେ ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ନେତୃତ୍ୱ ଏହାକୁ କୁହାଯିବ ଯେ ବାଙ୍କୀ ଅଂଚଳର ସାମାନ୍ୟ ଲୋକର ଜୀବନରେ ମୂଳଭୂତ ପରିବର୍ତନ ଆଣିବ । ଦଳ, ମତ, ବିଚାର ନିର୍ବିଶେଷରେ ଆମେ ଏହି ସାମାଜିକ ଦାୟିତ୍ୱ ପୂରା କରିବାର ଆବଶ୍ୟକତା ରହିଛି ।

Dharmendra

ଏହି ବିଦ୍ୟା ମନ୍ଦିର ଏକବିଂଶ ଶତାବ୍ଦୀରେ ନୂଆ ଅଧ୍ୟାୟ ଆରମ୍ଭ କଲେ ହିଁ ନିଜ ଯଥାର୍ଥତାକୁ ସାଧିତ କରିବ । ଏହା ହିଁ ଶାନ୍ତି ନିକେତନର ପ୍ରେରଣା ଥିଲା ତଥା ମହାତ୍ମା ଗାନ୍ଧୀଙ୍କ ଚରଖା ଚଲାଇବା ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହରେକୃଷ୍ଣ ମହତାବଙ୍କ ଇଁଚୁଡି ଠାରେ ଲବଣ ସତ୍ୟାଗ୍ରହର ଉଦ୍ଦେଶ୍ୟ ଥିଲା । ସେହିପରି ଏକବିଂଶ ଶତାବ୍ଦୀରେ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଢ଼ାଂଚାରେ ବାଙ୍କୀକୁ ଏକ ଆଦର୍ଶ ତଥା କୃଷି ଅର୍ଥନୀତିରେ ପରିଣତ କରିବା ଦିଗରେ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ପୂରାତନ ଓ ନୂତନ ଛାତ୍ରମାନେ ସାମୂହିକ ପ୍ରଚେଷ୍ଟା କରିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ତେବେ ମହାନଦୀ ଅବବାହିକାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପୃଷ୍ଠଭୂମିରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ପୀଠ ପାଇଁ ଜଣାଶୁଣା ବାଙ୍କୀ ଅଞ୍ଚଳ ଉତ୍କଳୀୟ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ଚଷାଚାଷୀର ମାଟି ସହ ଜଡ଼ିତ । ମହାବିଦ୍ୟାଳୟଟି ଆଜି ୧୦୦ ବର୍ଷ ପୂରଣ କରିଛି । ବାଙ୍କୀର ପୂର୍ବଜ ତଥା ପୂର୍ବପୁରୁଷ ବରେନ୍ଦ୍ର କୃଷ୍ଣ ଅଧିକାରୀ ତଥା ଅନେକ ବିଶିଷ୍ଟ ବ୍ୟକ୍ତିସମୂହଙ୍କ ପ୍ରଚେଷ୍ଟା ଯୋଗୁଁ ବାଙ୍କୀ ଉପଖଣ୍ଡରେ ବି.କେ ବିଦ୍ୟାପୀଠ ପ୍ରଥମେ ବାଙ୍କୀ - ଡ଼ମପଡ଼ା ହାଇସ୍କୁଲ ନାମରେ ପ୍ରତିଷ୍ଠା ହୋଇଥିଲା । ଡ଼ାକ୍ତର ଯୋଗେଶ ରାଉତ, ଯଷ୍ଟିସ୍ ଯୁଗଳ କିଶୋର ମହାପାତ୍ର, ବନବିହାରୀ ପଣ୍ଡା, ବାଉରୀବନ୍ଧୁ ନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଏହି ବିଦ୍ୟାଳୟରୁ ପାଠ ପଢ଼ି ବାଙ୍କୀ ଓ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Dharmendra attends centenary celebrations of Banki BK Vidyapeeth
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X