ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ
ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ଯାଜପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ସେ ମାଗିଛନ୍ତି ସୁରକ୍ଷା।

ହିମାଂଶୁ ସାହୁଙ୍କ ଧର୍ମଶାଳା କୁମାରି ସ୍ଥିତ କାର୍ଯ୍ୟାଳୟରେ ଗୁଳିମାଡ଼ ଅଭିଯୋଗ ହୋଇଥିଲା। ଏହା ପରେ ସେ ସୁରକ୍ଷା ଲୋଡ଼ିଛନ୍ତି। ତାଙ୍କ ଅଫିସରେ ଗୁଳିକାଣ୍ଡ ଘଟଣାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଦୁଇ ସହଯୋଗୀଙ୍କ ନାଁରେ ମାମଲା ହୋଇଛି।
ଗତକାଲି ବିଧାୟକ ହିମାଂଶୁ ସାହୁଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରୁ ୨ଟି ଖୋକା ଜବତ କରି ତଦନ୍ତ କରିଥିଲା ଧର୍ମଶାଳା ପୁଲିସ। ପ୍ରଣବ ବଳବନ୍ତରାୟଙ୍କ ଦୁଇ ସମର୍ଥକ ଜଳଧର ମହାନ୍ତି ଓ କ୍ଷୀତିଶ ନାୟକ ଗୁଳିମାଡ଼ କରିଥିବା ନେଇ ବିଧାୟକଙ୍କ ଜଣେ ସମର୍ଥକ ଶରତ ଓଝାଙ୍କ ପକ୍ଷରୁ ଧର୍ମଶାଳା ଥାନାରେ ଏତଲା ଦିଆଯାଇଥିଲା।












Click it and Unblock the Notifications