ଧର୍ମଗଡ଼ ଉପଜିଲ୍ଲାପାଳ IAS ଧୀମାନ ଚକ୍ମା ସସ୍ପେଣ୍ଡ୍, ଭିଜିଲାନ୍ସ ଦ୍ବାରା ଗିରଫ ପରେ ହେଲେ ନିଲମ୍ବନ
ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ନିଲମ୍ବିତ । ଭିଜିଲାନ୍ସ ଗିରଫ ପରେ ନିଲମ୍ବନ କଲେ ସରକାର । ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା । 10 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଚଢଉ କରିଥିଲା ଭିଜିଲାନ୍ସ । ଏହା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା। ଧୀମାନ ଚକମାଙ୍କୁ ଭବାନୀପାଟଣା ଜେଲର ୩ ନମ୍ବର ୱାର୍ଡକୁ ସ୍ଥାନାନ୍ତର। ତାଙ୍କୁ ସାଧାରଣ ବିଚାରଧୀନ କଏଦୀଙ୍କ ସହ ରଖାଯାଇଛି । ଗତକାଲି ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ଜେଲ ଭିତରେ ଥିବା ମେଡିକାଲରେ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ରଖାଯାଇଥିଲା।
ରାତିରେ ଚୁଡ଼ା ଓ ଗୁଡ଼ ଖାଇବାକୁ ଦିଆ ଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ଆଜି ଭବାନୀପାଟଣା ଜେଲର ୩ ନମ୍ବର ୱାର୍ଡରେ ରଖାଯାଇଛି । ଆଜି ସକାଳୁ ବ୍ରେକ ଫାଷ୍ଟରେ ଚୁଡ଼ା ସଂତୁଳା, ଡାଲମା ଓ ଚା ଦିଆଯାଇଥିଲା। ସେହିଭଳି ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଓ ତରକାରୀ ଖାଇଛନ୍ତି। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କୁ ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଗିରଫ କରିଥିଲା ଭିଜିଲାନ୍ସ।

ଆଇଏଏସ ଧୀମାନଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ରହିବ । ୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ଧୀମାନଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଦ୍ବାରା ପ୍ରିଭେନସନ ଅଫ କରପସନ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ଏହି ମାମଲାରେ ତଦନ୍ତ ଜାରି ରହିବ । ଧୀମାନଙ୍କ ବିରୋଧରେ ଅଧିକ ପ୍ରମାଣ ଓ ତାଙ୍କ ସମ୍ପତ୍ତିର ଉତ୍ସ ଖୋଜାଯିବ। ସରକାରୀ ନିୟମ ଅନୁଯାୟୀ, ଗୁରୁତର ଅଭିଯୋଗ ଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବ । ଏନେଇ ଓଡ଼ିଶା ସରକାର କିମ୍ବା କେନ୍ଦ୍ର ପର୍ସୋନେଲ ଓ ଟ୍ରେନିଂ ବିଭାଗ (DoPT) ଦ୍ୱାରା ନିଷ୍ପତ୍ତି ନିଆଯିବ।












Click it and Unblock the Notifications