କେନ୍ଦୁଝର ଧରଣୀଧର କଲେଜ ହେଲା ବିଶ୍ୱବିଦ୍ୟାଳୟ:ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର ଧରଣୀଧର କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଥନ୍ତି ।

କେନ୍ଦୁଝର: କେନ୍ଦୁଝର ଧରଣୀଧର କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଥନ୍ତି । ଡିଡି କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଜାରି ହୋଇଛି ।
ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ । ଏହା ପୂର୍ବରୁ ସେ ଏହି ବଡ଼ ଘୋଷଣା କରିଛନ୍ତି । ସୂଚନା ରହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ସମୟରେ ସେ ପ୍ରାୟ ୪୭୦୦ କୋଟି ଟଙ୍କାର ପ୍ରକଳ୍ପର କେନ୍ଦୁଝର ବାସିଙ୍କୁ ଭେଟି ଦେବେ ।
ସୂଚନାଅନୁସାରେ, ଆସନ୍ତାକାଲି ୧୧ଟା ୨୦ରେ କେନ୍ଦୁଝରରେ ପହଁଚିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧.୨୦ ମିନିଟରେ ସେ ଧରଣୀଧର ମେଡିକାଲ କେଲେଜ ଏବଂ ଡାକ୍ତରଖାନାରା ଉଦଘାଟନ୍ କରିବେ । ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।












Click it and Unblock the Notifications