Dharamshala Assembly Election 2024 LIVE Updates: ଜିତିଲେ ଧର୍ମଶାଳାର ସ୍ଵାଧୀନ ବିଧାନସଭା ପ୍ରାର୍ଥୀ ହିଂମାଶୁ ଶେଖର ସାହୁ
ଧର୍ମଶାଳା ଏଥର କାହାର ହିମାଂଶୁ ଶେଖର ସାହୁ ନା ପ୍ରଣବ ବଳବନ୍ତରାୟ । ସ୍ଵାଧୀନ ଭାବରେ ବାଲଟି ଚିହ୍ନରୁ ଠିଆ ହୋଇଛନ୍ତି ହିଂମାଶୁ । ସେହିପରି ବିଜେଡ଼ିରୁ ପ୍ରଣବ ବଳବନ୍ତରାୟ ।
ଧର୍ମଶାଳା ସ୍ଵାଧୀନ ବିଧାନସଭା ପ୍ରାର୍ଥୀ ହିଂମାଶୁ ଶେଖର ସାହୁ । ସିଏ ବିଜେପିରୁ ଟିକେଟ ପାଇଥିଲେ ଏକତରଫା ଜିତିଥାନ୍ତେ ବୋଲି ଲୋକେ କହୁଛନ୍ତି । ହେଲେ ବିଜେପି ତାଙ୍କୁ ଟିକେଟ ନ ଦେଇ କଂଗ୍ରେସରୁ ଆମଦାନୀ କରିଥିବା ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଛି । ଆଉ ଏହାକୁ ନେଇ ପାଖାପାଖି ୭ ରୁ ୮ ଦିନ ବିଜେପି ପାର୍ଟି ଅଫିସରେ ନିଜର ଦମ୍ ଦେଖାଇଥିଲେ ହିଂମାଶୁ । ଆଉ ପରେ ସ୍ଵାଧୀନ ଭାବରେ ସେ ନାମାଙ୍କନ ଦାଖଲ କରିଥିଲେ । ଆଉ ତାଙ୍କୁ ମିଳିଥିଲା "ବାଲଟି" ଚିହ୍ନ ।

ଏପରିକି ସେ ଧର୍ମଶାଳାରେ ଅନେକ କାର୍ଯ୍ୟକ୍ରମ କରୁଥିବା ଦେଖାଯାଉଛି । ଅନେକ ଲୋକଙ୍କ ସେବା ସେ କରୁଥିବାର ଦେଖାଦେଇଛି । ଏପରିକି ସେ ହାରିଲେ ୫୦,୦୦୦ ଭୋଟ୍ ପାଇବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି । ତେବେ ଦେଖିବାକୁ ବାକି କଣ ହେଉଛି ନିର୍ବାଚନ ଫଳାଫଳ ।
ଦିନେ କଂଗ୍ରେସର ଗଡ଼ ଥିଲା ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ। ହେଲେ ୧୯୯୫ ମସିହାରେ କଂଗ୍ରେସ ଗଧ ଧ୍ୱସ ହୋଇଥିଲା। ପ୍ରଥମ ଥର ପାଇଁ ବିଜେଡିରୁ କଳ୍ପତରୁ ଦାସ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଯାଇଥିଲେ। ସେ ଲଗାତାର ୪ ଥର ସେଠାରୁ ବିଧାୟକ ହୋଇଥିଲେ। ତେବେ କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ୨୦୧୪ ମସିହାରେ ପ୍ରାର୍ଥୀ ହୋଇଥିଲେ। ଆଉ ସେ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେପିର ରମେଶ ଚନ୍ଦ୍ର ପରିଡ଼ା ଓ କଂଗ୍ରେସରୁ(ବର୍ତ୍ତମାନର ବିଜେପି ପ୍ରାର୍ଥୀ) ସ୍ମୃତିରେଖା ପହିଙ୍କୁ ପରାସ୍ତ କରି ବିଧାନସଭାକୁ ବିଜୟୀ ହୋଇଥିଲେ।
ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ), ଭାରତୀୟ ଜନତା ପାର୍ଟିର ପାର୍ଥି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡ଼ାଙ୍କଠାରୁ ୫୨୭୩୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ (କଳ୍ପତରୁ ଦାସଙ୍କ ପୁଅ) ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀନାଥ ମିଶ୍ରଙ୍କଠାରୁ ୮୫୭୮୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କଳ୍ପତରୁ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କାଙ୍ଗାଳି ଚରଣ ପଣ୍ଡାଙ୍କଠାରୁ ୩୫,୧୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।












Click it and Unblock the Notifications