ଏଥର ହେବନି ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା
ଏ ବର୍ଷ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଆଜି ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ବରଗଡ : ଏ ବର୍ଷ ହେବ ନାହିଁ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଆଜି ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି । ରାଜ୍ୟରେ ଲାଗି ରହିଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଜିଲ୍ଲାପାଳଙ୍କ ସହିତ ଧନୁଯାତ୍ରା କମିଟିର ସଦସ୍ୟମାନେ ଆଲୋଚନା କରିବା ପରେ ଚଳିତ ବର୍ଷ ଧନୁଯାତ୍ରା ନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ କରୋନା ପାଇଁ କେବଳ ବରଗଡ ପ୍ରସିଦ୍ଧ ଧନୁଯାତ୍ରା ନୁହେଁ ବରଂ ରାଜ୍ୟର ଅନେକ ପ୍ରସିଦ୍ଧ ମେଳା ଓ ଉତ୍ସବକୁ ବନ୍ଦ ରଖିଛନ୍ତି ସରକାର ଓ ସ୍ଥାନୀୟ ପ୍ରଶାସନ ।












Click it and Unblock the Notifications