Dhanu Yatra: କଂସ ବଧ ସହ ଶେଷ ହେଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା
କଂସ ବଧ ସହ ଶେଷ ହେଲା ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଶେଷ ଦିନରେ ମଞ୍ଚରୁ ପଡ଼ି ପ୍ରବଳ ପ୍ରତାପୀ କଂସଙ୍କର ମୃତ୍ୟୁ ହୋଇଛି।
ସରିଲା ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଉ ଶୁଭିବନି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ବିକଟାଳ ଅଟ୍ଟହାସ୍ୟ। ୧୧ ଦିନର କଂସ ରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ନିରବ, ନିସ୍ତବ୍ଧ ହୋଇଯାଇଛି ରଙ୍ଗମହଲ ଓ ରାଜଦରବାର। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି । ସୋମବାର କଂସ ବଧ ସହ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଧନୁଯାତ୍ରାର ଶେଷ ଦିବସ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିବା ବେଳେ ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ ସ୍ବାଗତୋତ୍ସବ ହୋଇଥିଲା। ପରେ କୃଷ୍ଣ-ବଳରାମ ମଞ୍ଚରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ। ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାଗତ ହେବା ସହ ରାଜ ଦରବାରରେ ଥିବା ମହାରାଜା କଂସ ପାଖକୁ ନେଇଯାଇଥିଲେ।

କୁବଳୟା ହାତୀ ବାଟ ଓଗାଳିବାରୁ କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଅଷ୍ଟମଲ୍ଲ ନିହତ ହୋଇଥିଲେ। କୃଷ୍ଣ-ବଳରାମ ରାଜଦରବାର ଉପରକୁ ଉଠି ଆସିବା ପରେ ମଞ୍ଚାରୁ ପଡ଼ି ମାମୁ କଂସଙ୍କର ମୃତ୍ୟୁ ହୋଇଥିଲା ।
ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣବଳରାମ ମଥୁରାର ଭ୍ରମଣ କରି ମହାରାଜ କଂସ ଙ୍କ ଧନୁଯାତ୍ରାକୁ ପହଂଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା। ପ୍ରଥମ ଦ୍ୱାରରେ ଥିଲା କୁବଳୟା ହସ୍ତି। କୁବଳୟା ହସ୍ତୀ ସହିତ ଗୋଟିଏ ପରେ ଗୋଟିଏ ଯୋଦ୍ଧାଙ୍କୁ ବଧ କରିଥିଲେ କୃଷ୍ଣ ବଳରାମ।












Click it and Unblock the Notifications