ଧନୁ ସଂକ୍ରାନ୍ତି: ଆଜିଠୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ
ଧନୁ ସଂକ୍ରାନ୍ତି: ଆଜିଠୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ
ପୁରୀ: ଆଜି ପୌଷମାସ ଧନୁ ସଂକ୍ରାନ୍ତି । ଆଜିଠୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା'ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥି ପାଇଁ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି ।

ଧନୁ ସଂକ୍ରାନ୍ତି ଉପଲକ୍ଷେ ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିଲା ସ୍ୱତନ୍ତ୍ର ନୀତିକାନ୍ତି । ସୂଚନା ଅନୁସାରେ, ରାତି ୨ଟାରୁ ଦ୍ୱାରଫିଟା ଓ ଭୋର ୫ଟା ୨୦ରେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲା । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତିରେ ସକାଳ ୧୦ଟାରେ ନୂଆଲୁଗା ଲାଗି ହୋଇ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ ।
ପରମ୍ପରା ଅନୁସାରେ, ଚଳିତ ମାସ ମାଆ ଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି । ଯେଉଁଥି ପାଇଁ ମାସ ସାରା ମା' ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ । ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, କାକେରା, ଲଡୁ, ଗଜା ଭଳି ସୁସ୍ୱାଦୁ ଭୋଗ ଲାଗି କରାଯିବ ।












Click it and Unblock the Notifications