ବିଜେପିରେ ମିଶିଲେ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ
ପଦ୍ମ ପୋଖରୀକୁ ଡେଇଁଲେ ରାଜୁ । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିର ସାମିଲ୍ ହୋଉଛନ୍ତି । ସେପଟେ ବିଜେପିରେ ମିଶିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଦଳୀୟ କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହେଲେ ପ୍ରେମାନନ୍ଦ।
ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ।
ରାଜନୀତିରେ ପୁଣି ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଏଣ୍ଟ୍ରି । ପୂର୍ବତନ ଓଡ଼ିଆ ବାୟୁସେନା ଅଧିକାରୀ ତଥା ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକ ବିଜେପିରେ ଯୋଗଦେଇଛନ୍ତି।

ଧାନନଗର ଉପନିର୍ବାଚନ ସମୟରେ ବିଜେଡି ଟିକେଟ(BJD Ticket) ଦାବିଦାର ଥିଲେ ରାଜୁ ଦାସ । ହେଲେ ତାଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ରାଜୁ ଦାସ । ତେଣୁ ସେ ଦଳ ଛାଡିଥିବା ଗୁହାଯାଉଛି । ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ ନାୟକ । ୨୦୧୯ରେ ବିଜେପି ଟିକେଟରେ ପ୍ରେମାନନ୍ଦଙ୍କ ବିରୋଧରେ ଲଢ଼ି ହାରିଥିଲେ ଧନୁର୍ଜୟ ସିଦ୍ଧୁ । ହେଲେ ପରେ ତାଙ୍କୁ ବିଜେଡିରେ ମିଶାଯାଇଥିଲା । ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରେମାନନ୍ଦ ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ବିଜେପି ପ୍ରାକ୍ତନ ସଭାପତି ସମୀର ମହାନ୍ତି ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦବ୍ୟତୀତ ଉକ୍ତ ତିନି ନେତାଙ୍କ ବହୁ ସମର୍ଥକ ବି ବିଜେପିରେ ସାମିଲ ହୋଇଛନ୍ତି ।
ସେପଟେ କଂଗ୍ରେସ ଛାଡ଼ିବା ପରେ, ବିଜେପିରେ ମିଶିଲେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ । ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଥିଲେ । ନରେନ ପଲେଇ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ବିଧାୟକ ଥିଲେ ।
ସେପଟେ ଗତକାଲି ବିଜେପିରେ ମିଶିଥିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଏହାଛଡ଼ା ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି












Click it and Unblock the Notifications