Get Updates
Get notified of breaking news, exclusive insights, and must-see stories!

ଧାମନଗର ଉପନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗ୍ରହଣ

ଧାମନଗର ଉପନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗ୍ରହଣ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ

ଧାମନଗର: ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ । ମୋଟ ୨୫୨ ବୁଥରେ ଚାଲିଛି ମତଦାନ । ମୋଟ୍ ୨ ଲକ୍ଷ ୩୮ହଜାର ଭୋଟର ଦେବେ ମତଦାନ । ୧ ଲକ୍ଷ ୨୩ ହଜାର ୩୮ ଜଣ ପୁରୁଷ ଭୋଟର ରହିଥିବା ବେଳେ, ୧ ଲକ୍ଷ ୧୫ ହଜାର ୩୪୬ ଜଣ ମହିଳା ଭୋଟର ରହିଛନ୍ତି । ଭୋଟର ପରିଚୟ ପତ୍ର ଛଡା ୧୨ ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ । ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ ଚାଲିବ । ଧାମନଗର ପାଇଁ ମୋଟ ୨୫୨ଟି ବୁଥ୍ ରହିଛି ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ ଟି ୱେବ କାଷ୍ଟିଂ ହେବ । ୨୫ ଟି ମାଇକ୍ରୋ ଅବଜରର୍ଭର ରହିଛନ୍ତି। ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରିକୁ ବନ୍ଦ କରାଯାଇଛି । ୪ ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।

Dhamnagar bypoll

ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ। ଯଦି କେହି ନିୟମ ଉଲଙ୍ଘନ କଲା ତେବେ ଗିରଫ କରାଯିବ। ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧ ହଜାରରୁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪ କମ୍ପାନି କେନ୍ଦ୍ରୀୟ ଫୋର୍ସ, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ ପୋଲିସ ଫୋର୍ସ ମୁତହନ ହୋଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+