ଧାମନଗରରେ ସନ୍ଧ୍ୟାରେ ହେଲା ସୂର୍ଯ୍ୟୋଦୟ, ୯୭୪୨ ଭୋଟରେ ବିଜୟୀ ହେଲେ ସୂର୍ଯ୍ୟବଂଶୀ
ଶେଷ ହେଲା ଗଣତି, ଆସିଲା ଧାମନଗର ରାୟ । ଧାମନଗର ଉପନିର୍ବାଚନ ଫଳାଫଳରେ ବାଜିମାତ୍ କଲା ବିଜେପି । ବିଜେପି ପ୍ରାର୍ଥୀ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଭୋଟରେ ହେଲେ ବିଜୟୀ ।
ଭଦ୍ରକ: ଶେଷ ହେଲା ଗଣତି, ଆସିଲା ଧାମନଗର ରାୟ । ଧାମନଗର ଉପନିର୍ବାଚନ ଫଳାଫଳରେ ବାଜିମାତ୍ କଲା ବିଜେପି । ବିଜେପି ପ୍ରାର୍ଥୀ ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ୯୭୪୨ ଭୋଟରେ ହେଲେ ବିଜୟୀ । ସୂର୍ଯ୍ୟବଂଶୀଙ୍କୁ ମିଳିଲା ୮୦,୦୯୦ ଭୋଟ୍ ।

ସେହିପରି ବିଜେଡି ପ୍ରାର୍ଥୀନି ଅବନ୍ତି ଦାସଙ୍କୁ 70288 ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣଙ୍କୁ 3533 ଖଣ୍ଡ ମିଳିଛି । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ 8108 ଖଣ୍ଡ ଭୋଟ୍ ମିଳିଛି ।
ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି । ବିଜେଡିକୁ ପଛରେ ପକାଇ ମୋଟ୍ ୮୦,୦୯୦ ଭୋଟ୍ରେ ବିଜୟ ଲାଭ କରିଛନ୍ତି ସୂର୍ଯ୍ୟବଂଶୀ । ସେପଟେ ସୂର୍ଯ୍ୟବଂଶୀଙ୍କ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛନ୍ତି ସ୍ଥାନୀୟ ନେତା ଓ କର୍ମୀ । ଏନେଇ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍।












Click it and Unblock the Notifications