ଧାମନଗର ଉପନିର୍ବାଚନ ବେଳେ ପୋଲିଂ ଅଫିସରଙ୍କ ମୃତ୍ୟୁ
ଧାମନଗର ଉପନିର୍ବାଚନ ବେଳେ ପୋଲିଂ ଅଫିସରଙ୍କ ମୃତ୍ୟୁ
ଧାମନଗର: ଆଜି ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଧାମନଗର ୧୩୯ ନମ୍ବର ବୁଥ୍ ପୋଲିଂ ଅଫିସର ନଟବର ମୁଣ୍ତାଙ୍କ ମୃତ୍ୟୁ । ମୃତ୍ୟୁ ନେଇ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ । ଗତକାଲି ଅସୁସ୍ଥ ହେବା ପରେ ତାଙ୍କୁ କଟକ SCBକୁ ସ୍ଥାନାନ୍ତର କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା । ଅସୁସ୍ଥତା ପାଇଁ ତାଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି ଦିଆଯାଇଥିଲା । ଏହି ଘଟଣା ପରେ ସାରା ଜିଲ୍ଲରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ନଟବର ମୁଣ୍ତା ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ତାଙ୍କର ଚିକିତ୍ସାଧୀମ ଅବସ୍ଥାରେ ମୃତ୍ୟୁ ହୋଇଛି ଏ ନେଇ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ । ସୂଚନାଥାଉ ଯେ, ନଟବର ମୁଣ୍ତା ଭଦ୍ରକ ଜିଲ୍ଲା ଓଲାଙ୍ଗ ୟୁପି ସ୍କୁଲର ସରକରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ସରକାରଙ୍କ ଘୋଷଣା ଅନୁଯାୟୀ ନଟବର ମୁଣ୍ତାଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା ।












Click it and Unblock the Notifications