ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ବହିଷ୍କୃତ କରିଛନ୍ତି । ଚଳିତ ଧାମନଗର ଉପ ନିର୍ବାଚନରେ ଦଳୀୟ ଟିକେଟ ନ ପାଇବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ । ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳ ବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

 Rajendra Das

ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ପ୍ରଥମେ ରାଜେନ୍ଦ୍ର ବିଜେଡି ଆଶାୟୀ ପାର୍ଥୀ ଥିଲେ ହେଲେ ଦଳ ତରଫରୁ ଟିକେଟ୍ ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ । ଦଳ ମନା କଲା ପରେ ବି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରାଜେନ୍ଦ୍ର । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ରହିଛନ୍ତି । ତେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ 'ଭାସମାନ ଡଙ୍ଗା ସହ ନାବିକ ଓ କାତ' ଚିହ୍ନ ମିଳିଛି ।

ସୂଚନାଥାଉ ଯେ, ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଧାମନଗର ଆସନରୁ ବିଜେଡିର ବିଧାୟକ ଥିଲେ । ହେଲେ ୨୦୧୪ରେ ତାଙ୍କୁ ଦଳ ପକ୍ଷରୁ ଟିକେଟ୍ ମିଳିନଥିଲା । ସେହିପରି ୨୦୧୯ରେ ପୁଣିଥରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ କମ ଭୋଟ ବ୍ୟବଧାନରେ ହାରିଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+