Get Updates
Get notified of breaking news, exclusive insights, and must-see stories!

ଧାମନଗର ଉପନିର୍ବାଚନ: ବିପୁଳ ସଂଖ୍ୟାରେ ମତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଜାରି ରହିଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଆହ୍ବାନ କରିଛନ୍ତି ।

ଭୁବନେଶ୍ବର: ଜାରି ରହିଛି ଧାମନଗର ଉପନିର୍ବାଚନ ପାଇଁ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଦିନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ଦିନ ବଢିବା ସହ ଭୋଟଦାନର ପ୍ରତିଶତ ମଧ୍ୟ ବଢିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Dhamnagar bypoll

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଆହ୍ବାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି 'ଆପଣଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହା ଆପଣଙ୍କର ମୌଳିକ ଅଧିକାର। ସଚେତନ ନାଗରିକ ଭାବେ ଧାମନଗର ଉପନିର୍ବାଚନରେ ବିପୁଳ ସଂଖ୍ୟାରେ ମତଦାନ କରିବା ସହ ଏଦିଗରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ।'

ଧାମନଗର ଉପନିର୍ବାଚନ ପାଇଁ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ ହେବ । ଧାମନଗରରେ ମୋଟ ୨୫୨ଟି ବୁଥ୍ ରହିଛି । ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ଟି ବୁଥରେ ୱେବ କାଷ୍ଟିଂ ହେବ । ୨୫ ଟି ମାଇକ୍ରୋ ଅବଜରର୍ଭର ରହିଛନ୍ତି। ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ଯନ୍ତ ମଦ ବିକ୍ରିକୁ ବନ୍ଦ କରାଯାଇଛି । ୪ ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହୋଇ ପାରିବେ ନାହିଁ। ଯଦି କେହି ନିୟମ ଉଲଙ୍ଘନ କଲା ତେବେ ଗିରଫ କରାଯିବ। ବୁଥରେ ସବୁ ପ୍ରକାର ପୋଲିଂ କର୍ମଚାରୀ ନିୟୋଜିତ ହୋଇ ସାରିଛନ୍ତି । ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି ।

ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି ।

ଅନ୍ୟପଟେ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ ପରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି 'ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।'

ସୂଚନାଯୋଗ୍ୟ ଯେ, ନଟବର ମୁଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲା ବାଗୁରାଇ ଆଞ୍ଚଳରେ। ନଟବରଙ୍କୁ ଧାମନଗରର ୧୩୯ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ବୁଥ୍‌ ପହଞ୍ଚିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ନଟବରଙ୍କୁ ନିର୍ବାଚନ ଡ୍ୟୁଟିରୁ ଅବ୍ୟାହତି କରି ଦିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଭଦ୍ରକ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+