ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସ ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି ।

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଆଜି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି । ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ମୁକୁଲ ୱାସନିକ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

Dhamnagar bypoll

ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ହରେକୃଷ୍ଣ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି, ପିସିସି ସଭାପତି ଓ ଭଦ୍ରକ ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ବାବା ହରେକୃଷ୍ଣ ଗୁରୁବାର ଏକ ଶୋଭାଯାତ୍ରାରେ ଆସି ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ଶୋଭାଯାତ୍ରାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଜୟଦେବ ଜେନା, ଜଗନ୍ନାଥ ପଟ୍ଟନାୟକ, ଶରତ ରାଉତ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ପୂର୍ବତନ ସାଂସସ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ଜିଲ୍ଲା ସଭାପତି ସୁବ୍ରତ ଦାସ ପ୍ରମୁଖ ଯୋଗଦେବାର ଜଣାପଡ଼ିଛି।

ବାବା ହରୋକୃଷ୍ଣ ସେଠୀ ହେଉଛନ୍ତି ଜଣେ ଯୁବ ଆଇନଜୀବୀ ଭାବେ ଧାମନଗର କୋର୍ଟରେ କାର୍ଯ୍ୟରତ ଅଛନ୍ତି। ସେ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ। ସେ ଧାମନଗର ବ୍ଲକର ରାଜୀବ ଗାନ୍ଧି ସେବା ସଂଗଠନର ସଭାପତି, ଦଳିତ ସଂଗଠନର ନେତା ଭାବେ ବିଭିନ୍ନ ସାଂଗଠନିକ କାର୍ଯ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଆସୁଛନ୍ତି। ଜିଲ୍ଲାରେ ଜଣେ ଦଳିତ ନେତା ଭାବରେ ଜଣାଶୁଣା। ଗତ ପୌର ନିର୍ବାଚନରେ ମଧ୍ୟ ତାଙ୍କର ପତ୍ନୀ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିଲେ। ‌

ସେପଟେ ଧାମନଗର ଯୁଦ୍ଧ ପାଇଁ ବିଜେପି ଯୋଦ୍ଧା ପ୍ରସ୍ତୁତ । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ରଣକ୍ଷେତ୍ରକୁ ବିଦ୍ଧିବଦ୍ଧ ଭାବେ ଓହ୍ଲାଇଛନ୍ତି । ପ୍ରାର୍ଥିପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ବିଜେଡି କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+