ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ, ସୂଚନା ଦେଲେ CEO
ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ, ସୂଚନା ଦେଲେ CEO
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା ହେଲେ ବର୍ତ୍ତମାନ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟିଂ । ଧାମନଗରର ମୋଟ ୨୫୨ ବୁଥରେ ଭୋଟ୍ ଦାନ ପ୍ରକ୍ରିୟା ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଛି ଏନେଇ ସୂଚନା ଦେଲେ CEO । ତେବେ ୭୦ ପ୍ରତିଶତ ମତଦାତା ମତାଦାନ କରିବାରନ୍ତି ବୋଲି ଆଶା କରାଯାଉଛି ।

ସାକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିଲା
ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଛି ନେଇ ସୂଚନା ଦେଇଥିଲେ CEO । ସକାଳ ୭ଟାରୁ ଭୋଟ ଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଦେଇପାରିବେ ଧାମନଗରବାସୀ । ଧାମନଗର ପାଇଁ ମୋଟ ୨୫୨ଟି ବୁଥ୍ ରହିଛି ତାହା ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ ରହିଛି । ଆଉ ସେଥି ମଧ୍ୟରୁ ୧୨୬ ଟି ୱେବ କାଷ୍ଟିଂ ହେବ । ୨୫ ଟି ମାଇକ୍ରୋ ଅବଜରର୍ଭର ରହିଛନ୍ତି । ୧୫ ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରିକୁ ବନ୍ଦ କରାଯାଇଛି । ୪ ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।
ସେପଟେ ଧାମନଗର ନିର୍ବାଚନ ମଣ୍ଡଳୀ କାଁପଡା ପଞ୍ଚାୟତରେ ଇଭିଏମରେ ତ୍ରୁଟି ପାଇଁ ଭୋଟଦାନରେ ବିଳମ୍ୱରେ ଆରମ୍ଭ ହୋଇଥିଲା । ୭୫ ନଂ ବୁଥରେ ଏଭଳି ତ୍ରୁଟି ପାଇଁ ୧ ଘଣ୍ଟା ଧରି ବନ୍ଦ ରହିଥିଲା ଭୋଟଦାନ । ସେହିପରି ଧାମନଗର NAC ୧୦ ନମ୍ବର ୱାର୍ଡର ୧୨୭ ନଂ ବୁଥରେ ମଧ୍ୟ ଇଭିଏମ ଅଚଳ ।












Click it and Unblock the Notifications