ଧାମନଗର ଉପନିର୍ବାଚନ: ୧୦୭ଟି ବୁଥ୍ ସମ୍ବେଦନଶୀଳ, ୨ ଦିନ ମଦ ବିକ୍ରି ବନ୍ଦ

ଧାମନଗର ଉପନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ନିର୍ବାଚନ ପ୍ରକ୍ରିୟା ଜୋରଦାର ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ନିର୍ବାଚନ ପ୍ରକ୍ରିୟା ଜୋରଦାର ହୋଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ ।

 Dhamnagar bypoll

ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ରହିଛନ୍ତି । ତେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ 'ଭାସମାନ ଡଙ୍ଗା ସହ ନାବିକ ଓ କାତ' ଚିହ୍ନ ମିଳିଛି ।

ଏଥି ସହିତ ଧାମନଗର ନିର୍ବାଚନ ପାଇଁ ୧୦୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ଗ୍ରହଣ କରାଯିବ । ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ୨୦ଟି ଟିମ୍ ଘରକୁ ଯାଇ ପୋଷ୍ଟାଲ ବାଲାଟ ସଂଗ୍ରହ କରିବେ । ୧୨୦୫ ଜଣ ପୋଷ୍ଟାଲ ବାଲାଟ ପାଇଁ ଆବେଦନ କରିଛନ୍ତି । ୧୩୪ ବୁଥର ନାମ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସୁଶୀଲ ଲୋହାନୀ । ଦୃଷ୍ଟିହୀନଙ୍କ ପାଇଁ ବ୍ରେଲ ବାଲାଟର ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ପାଇଁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ୨ଟି ଲେଖାଏଁ ସିଆରପିଏଫ ଓ ବିଏସଏଫ୍ ଟିମ୍ ନିୟୋଜିତ ହେବେ । ଉପନିର୍ବାଚନରେ ପ୍ରତି ପ୍ରାର୍ଥୀ ସର୍ବାଧିକ ୪୦ ଲକ୍ଷ ଖର୍ଚ୍ଚ କରିପାରିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଗତ ଅକ୍ଟୋବର ୩ ତାରିଖରୁ ସମଗ୍ର ଧାମନଗର ନିର୍ବାଚନମଣ୍ଡଳୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ଉଲ୍ଲଘଂନ ହୋଇଥିବା ଜଣାପଡ଼ିଛି । ସର୍ବସାଧାରଣରେ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ବେଳେ ବ୍ୟକ୍ତି ବିଶେଷଙ୍କ କାନ୍ଥରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏବେସୁଦ୍ଧା ମୋଟ ୧୮୭ଟି ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଡିପୋଜିଟ୍ ହୋଇଥିବାବେଳେ ୧୧୬୭ଜଣଙ୍କୁ ସିଆରପିସିରେ ଅଟକ ରଖାଯାଇଛି ।

ନିର୍ବାଚନ ପାଇଁ ସମଗ୍ର ଭଦ୍ରକ ଜିଲ୍ଲାରେ ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରୁ ନଭେମ୍ବର ୩ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୬ରେ ଭୋଟ୍ ଗଣତି ଦିନ ମଦ ଦୋକାନ ଓ ବିକ୍ରି ବନ୍ଦ ରହିବ । ଭୋଟରଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ସବୈତନିକ ଛୁଟି ମିଳିବ । ସେହିପରି କୌଣସି ପ୍ରାର୍ଥୀ ନିର୍ବାଚନରେ ୪୦ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିବେ ନାହିଁ ବୋଲି ଶ୍ରୀ ଲୋହାନୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+