ଧାମନଗର ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ସୂରଜ ସୂର୍ଯ୍ୟବଂଶୀ
ନଭେମ୍ବର 3 ରେ ଅନୁଷ୍ଠିତ ହେବାକୁ ଥିବା ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ସୁପୁତ୍ର ।
ଭଦ୍ରକ: ନଭେମ୍ବର 3 ରେ ଅନୁଷ୍ଠିତ ହେବାକୁ ଥିବା ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ସୁପୁତ୍ର । ରବିବାର ବିଜେପି ସୁରଜଙ୍କୁ ପାର୍ଥୀ କରିଥିଲା । ଏହା ପରେ ଆରମ୍ଭ ହୋଇଥିଲା ବିଜେପିର ପ୍ରଚାର କାର୍ଯ୍ୟକ୍ରମ ।

ଦିବଙ୍ଗଦ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଆସନ ଖାଲି ପଡ଼ିଛି । ତେବେ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ହିଁ ପଦ୍ମରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ଥିଲା । ଅନୁକମ୍ପା ମୂଳକ ଭୋଟ୍ ଓ ସଙ୍ଗଠନ ଆଧାରରେ ଦଳ ନିର୍ବାଚନ ଲଢିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ।
ସୂଚନାଥାଉ କି, ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି । ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିପରି ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ । ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ। ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ। ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ସେହି ଆସନଟି ଖାଲି ପଡିଛି ।












Click it and Unblock the Notifications