Get Updates
Get notified of breaking news, exclusive insights, and must-see stories!

ଧାମନଗର ଉପ-ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଧାମନଗର ଉପ-ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଧାମନଗର ଉପ-ନିର୍ବାଚନ: ଧାମନଗର ଉପ-ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସାଂସଦ, ବିଧାୟକ, ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀଙ୍କ ନାମ ସାମିଲ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିବ ।

 Dhamnagar Bypoll

ତାଲିକାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସୁନୀଲ ବଂସଲ, ଡି ପୁରନ୍ଦେଶ୍ବରୀ, ବିଜୟପାଲ ସିଂହ ତୋମାର, ସମ୍ବିତ ପାତ୍ର, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ମାଝୀ, ଭାସ୍କର ମାଢ଼ୀ, ସୁକାନ୍ତ ନାୟକ, ନବଚରଣ ମାଝୀ, ସନାତନ ବିଜୁଳି, ବୁଧନ ମୁର୍ମୁ, ଗଣେଶରାମ ସିଂହ ଖୁଣ୍ଟିଆ, ରଘୁନାଥ ମହାନ୍ତି, ପଦ୍ମଲୋଚନ ପଣ୍ଡା, ଏମ୍‌ଏ ଖାରବେଳ ସ୍ବାଇଁ, ବିଭୂପ୍ରସାଦ ତରାଇ, ପୀତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ଅଭିମନ୍ୟୁ ସେଠୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେ.ଭି. ସିଂହଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମାନସ କୁମାର ମହାନ୍ତି, ଗୋଲକ ମହାପାତ୍ର, ପୃଥ୍ବୀରାଜ ହରିଚନ୍ଦନ ଓ ହେମନ୍ତ ପାଢ଼ୀ ଆଦି ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ମତଦାନ ହେବ। ଏଥି ପାଇଁ ବିଜେପି ପକ୍ଷରୁ ସ୍ବର୍ଗତ ବିଷ୍ଣୁସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ବିଜେଡିରୁ ଅବନ୍ତୀ ଦାସ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସାମିଲ ଅଛନ୍ତି ।

ବିଜେପି ଘୋଷଣା କରିଥିବା ପ୍ରଚାର ତାଲିକାରୁ ବିଜୟ ମହାପାତ୍ରଙ୍କୁ ବାଦ ଦିଆଯାଇଛି । ଆଗରୁ ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ହରିହର ମହାପାତ୍ର, ଅନୁ ଚୌଧୁରୀଙ୍କ ଭଳି ଷ୍ଟାର ପ୍ରଚାରକ ତାଲିକାରୁ ସାମିଲ ବାଦ୍ ପଡ଼ିଛି । ସୂଚନାଯୋଗ୍ୟ, ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ଉପ ନିର୍ବାଚନ ହେବାକୁ ଯାଉଛି।ନଭେମ୍ବର ୩ରେ ମତଦାନ ହେବାକୁ ଥିବାବେଳେ ନଭେମ୍ବର ୬ରେ ଭୋଟ୍ ଗଣତି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+