Get Updates
Get notified of breaking news, exclusive insights, and must-see stories!

ବିଜେଡି ଷ୍ଟାର୍ ପ୍ରଚାରକ ତାଲିକାକୁ ନେଇ ଚର୍ଚ୍ଚା: ବାଦ୍ ପଡିଲେ ସମୀର ଓ ଅନୁଭବ

ବିଜେଡି ଷ୍ଟାର୍ ପ୍ରଚାରକ ତାଲିକାକୁ ନେଇ ଚର୍ଚ୍ଚା: ବାଦ୍ ପଡିଲେ ସମୀର ଓ ଅନୁଭବ

ଧାମନଗର ଉପ-ନିର୍ବାଚନ: ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ଜାରି କରିଛି ଷ୍ଟାର ପ୍ରଚାରକ ତାଲିକା । ବିଜେଡି, ବିଜେପି ଓ କଂଗ୍ରେସ ଦଳ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିବେ । ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ନାଁ ପ୍ରଥମେ ରହିଥିବା ବେଳେ ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ କେଶରୀ ଦେବ ତାଲିକାରେ ସାମିଲ ହୋଇଛନ୍ତି । ସେହିପରି ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡେଇ, ସୁଲତା ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ରହିଛି । ୮ ଜଣ ମନ୍ତ୍ରୀ, ୪ ଜଣ ସାଂସଦ ଏବଂ ୪ ଅଭିନେତା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କରିପାରନ୍ତି ବୋଲି ସୂଚନା ରହିଛି ।

dhamnagar by election

ସେପଟେ ଏହି ତାଲିକାରୁ ପୁଣି ଥରେ ବାଦ ପଡ଼ିଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହାଛଡ଼ା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମୀର ଦାଶଙ୍କ ଭଳି ନେତା ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+