କାର୍ତ୍ତିକ ପୂର୍ଣ୍ଣିମାର ୧୫ ଦିନ ପରେ ଧାଡ଼ି ଦର୍ଶନ ଆରମ୍ଭ: ପୃଥ୍ବୀରାଜ ହରିଚନ୍ଦନ
ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଶେଷ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ପୂର୍ଣ୍ଣିମାର ୧୫ ଦିନ ପରେ ଧାଡ଼ି ଦର୍ଶନ ଆରମ୍ଭ। କାର୍ତ୍ତିକ ମାସ ସରିଲେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯିବ।

ପ୍ରତିଦିନ ପୁରୀକୁ ଲକ୍ଷାଧିକ ଭକ୍ତ ସମାଗମ ହୁଏ । ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦେଶ ବିଦେଶରୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇବ । ଅନେକ ସମୟରେ ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକ ଉଚ୍ଚ ଢେଉ ମାଡ଼ ସାଙ୍ଗକୁ ରିପ୍ କରେଣ୍ଟରେ ଶିକାର ହୋଇ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ନଜିର ରହିଛି । ସମୁଦ୍ର ଭିତରୁ ଗୁରୁତର ଅବସ୍ଥାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦେବା ସମ୍ଭବ ହେଉ ନାହିଁ। ତେଣୁ ବେଳାଭୂମିରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହୋଇଛି ।
ପୁରୀ ବେଳାଭୂମିରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଦାବି:
ପୁରୀ ଭଳି ଏକ ବିଶ୍ବସ୍ତରୀୟ ବେଳାଭୂମିରେ ପର୍ଯ୍ୟଟକଙ୍କ ଜୀବନର ସୁରକ୍ଷା ପାଇଁ କୌଣସି ଆମ୍ବୁଲାନ୍ସର ବ୍ୟବସ୍ଥା ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହୋଟେଲିୟର ଶ୍ରୀମନ୍ତ ଦାଶ। ପୁରୀର ଜନଗହଳିପୂର୍ଣ୍ଣ ବେଳାଭୂମି ଅଞ୍ଚଳ ରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି। ସେ କହିଛନ୍ତି, "ପୁରୀ ହେଉଛି ଚାରିଧାମ ଭିତରେ ଅନ୍ୟତମ ଧାମ। ଏଠାକୁ ଦେଶ ବିଦେଶର ବହୁତ୍ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି। ଆଗକୁ ନୂଆବର୍ଷ ଆସୁଛି, ଏଣୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ତେବେ ସମୁଦ୍ରରେ ଆମେ ଦେଖୁଛୁ ପ୍ରତିଦିନ ପର୍ଯ୍ୟଟକ ମାନେ ବୁଡି ଗୁରୁତର ଆହତ ହେଉଥିବା ବେଳେ ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି । ତାଙ୍କୁ ସମୁଦ୍ରରୁ ଉଦ୍ଧାର କରୁଥିବା ସତ୍ତ୍ବେ ଆମେ ବଞ୍ଚାଇ ପାରୁନାହୁଁ। କାରଣ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଫଳରେ ଗୁରୁତର ଲୋକଙ୍କୁ ସଙ୍ଗେ ସଙ୍ଗେ ତ୍ୱରିତ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇପାରୁନାହିଁ। ଅଟୋରେ ନେଲା ଅନେକ ବିଳମ୍ବ ହେଉଛି। ଫଳରେ ମେଡିକାଲରେ ପହଞ୍ଚିବା ବେଳକୁ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି। ଶ୍ରୀ ମନ୍ଦିରରେ ଭକ୍ତଙ୍କ ପାଇଁ ଆମ୍ବୁଲାନ୍ସ ୨୪ ଘଣ୍ଟା ରହୁଛି। ହେଲେ ହଜାର ହଜାର ଲୋକ ପ୍ରତିଦିନ ସମୁଦ୍ରରେ ସ୍ନାନ କରୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ନାହିଁ। ଯଦି ବେଳାଭୂମିରେ ସ୍ଥାୟୀ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରନ୍ତା ତେବେ କିଛି ଅଘଟଣ ଘଟିଲେ ଚିକିତ୍ସା ପାଇଁ ମେଡିକାଲ ନେବା ସହଜ ହୋଇପାରନ୍ତା। ଏହା ଦ୍ଵାରା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଆନ୍ତା। ମୋର ଜିଲ୍ଲା ପ୍ରଶାସନକୁ ଅନୁରୋଧ ସମୁଦ୍ରରେ ସ୍ନାନ କରୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଳାଭୂମିରେ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ହେଉ।
ସମୁଦ୍ରରେ କିଭଳି ସ୍ନାନ କରିବା ଉଚିତ ସେନେଇ ସାଇନବୋର୍ଡ ଲଗାଇବା ଆବଶ୍ୟକ:
ଅନେକ ସମୟରେ ପର୍ଯ୍ୟଟକମାନେ ଲାଇଫ ଗାର୍ଡଙ୍କ କଥା ନମାନି ଗଭୀର ସମୁଦ୍ର ଭିତରକୁ ସ୍ନାନ ପାଇଁ ଯାଉଥିବାରୁ ଉଚ୍ଚ ଢେଉ ସାଙ୍ଗକୁ ରିପ୍ କରେଣ୍ଟରେ ପଡି ଯାଇ ପ୍ରାଣ ହରାଉଛନ୍ତି। ଅନେକ ପର୍ଯ୍ୟଟକ ମଧ୍ୟ ଗୁରୁତର ଭାବେ ଆହତ ହେଉଛନ୍ତି। ସମୁଦ୍ରରେ କିଭଳି ସ୍ନାନ କରିବା ଉଚିତ ଏବଂ କଣ ସବୁ ନିୟମ ପାଳନ କରିବା ଉଚିତ ସେନେଇ କୌଣସି ସଚେତନତା ବାର୍ତ୍ତା ଥିବା ସାଇନବୋର୍ଡ ସମୁଦ୍ର କୂଳରେ ଲଗାଯାଇନାହିଁ। ଫଳରେ ଅନେକ ପର୍ଯ୍ୟଟକ ସଚେତନତା ଅଭାବରୁ ମଧ୍ୟ ସମୁଦ୍ର ଭିତରକୁ ଯାଇ ଅନେକ ସମୟରେ ମୃତ୍ୟୁବରଣ କରୁଛନ୍ତି। ଏଣୁ ସମୁଦ୍ର କୂଳର ବିଭିନ୍ନ ସ୍ଥାନରେ ବିଭିନ୍ନ ସଚେତନତା ବାର୍ତ୍ତା ସାଇନବୋର୍ଡ ଲଗାଯିବା ଆବଶ୍ୟକ ଥିବା ଘରୋଇ ଲାଇଫ ଗାର୍ଡ ସଂଘ ଓ ହୋଟେଲିୟର ଅନୁରୋଧ କରିଛନ୍ତି।












Click it and Unblock the Notifications