Get Updates
Get notified of breaking news, exclusive insights, and must-see stories!

ଭୋଗରାଇ IICଙ୍କୁ ସସପେଣ୍ଡ କଲେ ଡିଜିପି; ଅଭିଯୁକ୍ତଙ୍କୁ ହାତ ଗୋଡ଼ରେ ହ୍ୟାଣ୍ଡକପ ପକାଇ ନିର୍ଯାତନା, ମୁକୁଳାଇ ଥିଲେ ପ୍ରତାପ

ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍‌ପେଣ୍ଡ । କାର୍ଯ୍ୟରେ ଅବହେଳା ପାଇଁ ସସ୍‌ପେଣ୍ଡ୍ କଲେ ଡିଜିପି । ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍‌ ପକାଇ ନିର୍ଯାତନା ଦେଇଥିଲେ । ବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ଯାତନା ଦେଇଥିଲେ ।

ସାମାନ୍ୟ ବାଇକ୍‌ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ । ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସିଧା ଥାନାରୁ ଭିଡିଓ କଲ୍‌ କରି IICଙ୍କ କାରନାମା SPଙ୍କୁ ଜଣାଇଥିଲେ । କର୍ମଚାରୀ ଅଭାବରୁ ଏପରି କରିଥିଲୁ ବୋଲି IIC ଖାମଖିଆଲି ମନ୍ତବ୍ୟ ଦେଇଥିଲେ ।

ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନାରେ ମାମଲା ରୁଜୁ ନହୋଇ ଜଣେ ଯୁବକଙ୍କୁ ଦୁଇ ଦିନ ଥାନା ଭିତରେ ଗୋଡ଼ ଓ ହାତରେ ବେଡ଼ି ପକାଇ ରଖିଲେ ଥାନା ଅଧିକାରୀ । ଖବର ପାଇ ବାଲେଶ୍ୱର ସାଂସଦ ପହଞ୍ଚି ହସ୍ତକ୍ଷେପ କରିବା ସହିତ ଏସପିଙ୍କ ସହିତ ଭିଡ଼ିଓ କଲରେ କଥା ହେଲେ ।

DGP suspends IIC

ସବୁ କଥା ଜଣାଇବା ପରେ ବେଆଇନ ଭାବେ ଅଟକ ଯୁବକଙ୍କୁ ଛାଡିଲେ ଥାନା ଅଧିକାରୀ । ସୂଚନା ଅନୁଯାୟୀ, ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ମୋଟର ସାଇକେଲ ଅଦଳ ବଦଳକୁ କେନ୍ଦ୍ରକରି ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜଣେ ମହିଳା ଅଭିଯୋଗ କରିଥିଲେ । ଏହି ଯୁବକଙ୍କୁ ଗତକାଲି ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା । ତଦନ୍ତ ଜାରି ରହିଥିବା କହି ରଖିଥିଲେ ।

ଦୁଇ ଦିନ ଧରି ଯୁବକଙ୍କୁ ଗୋଡ଼ ହାତରେ ବେଡ଼ି ପକାଇ ପୋଲିସ ଥାନା ଭିତରେ ମାଡ଼ ମାରୁଥିବା ଘଟଣା ଯୁବକଙ୍କ ପତ୍ନୀ ଅଭିଯୋଗ କରିଥିଲେ । ଆଜି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ଗସ୍ତରେ ଥିବା ବେଳେ ଉକ୍ତ ଘଟଣା ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା । ପରେ ସାଂସଦ ଭୋଗରାଇ ଥାନାକୁ ଆସି ଯୁବକଙ୍କୁ ବନ୍ଧାଯାଇ ରଖାଯାଇଥିବାର ଦେଖିଥିଲେ । ଘଟଣାର ସତ୍ୟାସତ୍ୟ ନିଜେ ଦେଖିବା ପରେ ବାଲେଶ୍ୱର ଏସପିଙ୍କୁ ଭିଡ଼ିଓ କଲ୍‌ କରିଥିଲେ ସାଂସଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+