୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ଘଟଣାରେ ଡିଜିପିଙ୍କ ପ୍ରତିକ୍ରିୟା, କହିଲେ ମାଫିଆ ନୂଆ ନୀତି ଆପଣାଇଛନ୍ତି

କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ଝୋଲାପୁଟ ଜଙ୍ଗଲରୁ କୋଟି କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି, ଏବେବି କୋରାପୁଟ ଜଙ୍ଗଲରେ ପୋଲିସ ପକ୍ଷରୁ ରେଡ୍ ଚାଲିଛି । ଜୋରଦାର ତଦନ୍ତ ଚାଲିଛି, ମାଷ୍ଟରମାଇଣ୍ଡ ପାଖରେ ପହଁଞ୍ଚିଛୁ । ଗଞ୍ଜେଇ ଧରାପଡ଼ିବା ପରେ ଏବେ ମାଫିଆ ନୂଆ ନୀତି ଆପଣାଇଛନ୍ତି । ଗଞ୍ଜେଇ ଚାଲାଣରେ ପୋଲିସ ବାଧା ସୃଷ୍ଟି କରିବାରୁ ଚୋରା ଚାଲାଣକାରୀ ସେଥିରୁ ତେଲ ବାହାର କରି ଚୋରାଚାଲାଣ କରୁଛନ୍ତି । ଏସବୁକୁ ରୋକିବାକୁ ଜୋରଦାର ଅପରେସନ ଚାଲିଛି । ଡ୍ରୋନ୍ ଦ୍ୱାରା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୧ ଲିଟର ଗଞ୍ଜେଇ ତେଲର ମୂଲ୍ୟ ୧ କେଜି ଗଞ୍ଜେଇ ମୂଲ୍ୟ ଠାରୁ ବହୁ ଅଧିକ । ଗୁରୁବାର ୨୨୫ କୋଟି ଟଙ୍କାର ଗଞ୍ଜେଇ ତେଲ ସହ ୫ଶହ କୋଟି ଟଙ୍କାର ଗଞ୍ଜେଇ ଜବତ କରିଥିଲା ପୋଲିସ ।

DGP

ସେପଟେ, ଜଲାପୁଟ ଜଳଭଣ୍ଡାର ମଧ୍ୟରେ ଥିବା ଟାପୁରୁ ତରଳ ଗଞ୍ଜେଇ ଜବତ ହୋଇଥିବା ବେଳେ କେହି ମାଫିଆ କିନ୍ତୁ ଧରାପଡିନଥିଲେ । ପୋଲିସର ଡିଭିଏଫ, ଏପିଆର ସହ ପୋଲିସର ୪ ପ୍ଲାଟୁନ ଟିମ୍ ଆଜି ମଧ୍ୟ ଟାପୁର ବିଭିନ୍ନ ଅଞ୍ଚଳରେ ଛାନଭିନ ଜାରି ରଖିଛି । ପ୍ରୋସେସିଂ ୟୁନିଟ୍ ସ୍ଥଳରେ କିଛି କାଗଜପତ୍ର ମିଳିଛି । ରାଜ୍ୟ ବାହାରୁ ମାଫିଆ ସାମିଲ ରହିଥିବା ଜଣାପଡୁଥିବା ଏସ୍ପି ସୂଚନା ଦେଇଛନ୍ତି । ଖୁବଶୀଘ୍ର ସମସ୍ତ ମାଫିଆଙ୍କ ପର୍ଦ୍ଦାଫାଶ କରି ଗିରଫ କରାଯିବ ବୋଲି ଏସ୍ପି ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+