Get Updates
Get notified of breaking news, exclusive insights, and must-see stories!

ଓଡିଶାକୁ ଦେଶ ନୁହେଁ ବିଶ୍ଵର ମାନଚିତ୍ର ପ୍ରାଥମିକତା ଦେବାକୁ ଚାହୁଁଛୁ: ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଉଦବୋଧନରେ ବାଲିଯାତ୍ରା କଥା ମନେପକାଇଛନ୍ତି । ଆଉ କହିଛନ୍ତି, ଚଳିତ ମାସରେ ଓଡିଶାରେ ବାଲିଯାତ୍ରାର ସଫଳ ଆୟୋଜନ ହେଲା । ଆଉ ଆଜି ମୁଁ ଏଠାରେ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସିଛି । ଆମେ ଦେଶରେ ୧୦୦ରୁ ୧୫୦ ବର୍ଷ ହେବ ଏହି ସମ୍ମିଳନୀ ଚାଲିଛି । ହେଲେ ଓଡିଶାରେ ଏହା ପ୍ରଥମଥର ହେଉଛି ।

୪ ଦିନ ପରେ ୪ ଡିସେମ୍ବରରେ ଏଠାରେ ନୌସେନା ଦିବସ ପାଳନ ହେବ । ପୁରୀର ବ୍ଲୁ ଫ୍ଲାଗ ବିଚରେ ନୌସେନା ତାର ଶକ୍ତି ଦେଖାଇବ । ଏହାର ଅର୍ଥ ଓଡିଶା ବୈଶିକ ନଜରର କେନ୍ଦ୍ରକୁ ଆସିବ । ପୁଣି ୨୦୨୫ ଜାନୁଆରୀ ୮ରୁ ୧୦ ଭିତରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ । ବିଶ୍ୱସାରା ଲୋକ ଆସିବେ । ଦୁନିଆର ଅନେକ ଲୋକଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିବ । ଓଡିଶାର ଭରପୂର ପ୍ରଚାର ପ୍ରସାର ହେବ ।

pm modi odisha visit

ମୋଦୀ କହିଛନ୍ତି, ଆମେ ଓଡିଶାକୁ ଦେଶ ନୁହେଁ ବିଶ୍ଵର ନକ୍ସାରେ ପ୍ରାଥମିକତା ଦେବାକୁ ଚାହୁଁଛୁ । ଆପଣ ଏବେଠାରୁ ପ୍ରବାସୀ ଭାରତୀୟ ଦିବସର ପ୍ରସ୍ତୁତି ଆରମ୍ଭ କରନ୍ତୁ । ଏହା ଯେମିତି ଜି-୨୦ଠାରୁ ଭଲ ହେବା ଦରକାର । ଏହା ଏମିତି ଏକ ମଞ୍ଚ ଯେଉଁଠି ସବୁ କାର୍ଯ୍ୟକର୍ତ୍ତା ନିଜ ସାମର୍ଥ୍ୟ ଦେଖାଇପାରିବେ । ଆମ ଓଡିଶା ସ୍ୱଚ୍ଛ ହେଉ ସୁନ୍ଦର ହେଉ ଏଠାକାର ସଂସ୍କୃତି ସହ ଲୋକେ ପରିଚିତ ହୁଅନ୍ତୁ । ଆମେ ଆଉ ଆପଣ ମିଶି ଓଡିଶା ଗୌରବକୁ ଆଗେଇ ନେବା । ଓଡିଶାରେ ଡବଲ ଇଞ୍ଜିନର ସରକାର ହେବା ପରେ ଏଠାରେ ସବୁ କ୍ଷେତ୍ରରେ ବିକାଶର ଗତି ବଢିବାରେ ଲାଗିଛି । ଖେଳ, ଶିକ୍ଷା, ପର୍ଯ୍ୟଟନରେ ରାଜ୍ୟ ଅଦ୍ଭୁତ ପୂର୍ବ ଆଗେଇ ଚାଲିଛି ।

ଓଡିଶାର ଲୋକ ଆମ ସରକାର ଆସିବା ପରେ ଗୋଟିଏ ବଡ ଅନ୍ତର ଦେଖିବାକୁ ପାଉଛନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି । ଲୋକମାନେ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ବି ଗାଁକୁ ଆସିପାରନ୍ତି । ସେ ସବୁ ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ମା ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ଆମେ ସୁଭଦ୍ରା ଯୋଜନା ଆରମ୍ଭ କଲୁ । ମୁଁ ଖୁସି ଅଛି ଓଡିଶାରେ ବିଜେପିର ପ୍ରୟାସରୁ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ଅଛନ୍ତି । ଯାହା ଆଦିବାସୀ ସମାଜ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦୀ ଆହୁରି କହିଛନ୍ତି, ଆଜି ଓଡିଶାରେ ଆମ ସରକାର ସବୁ ଗ୍ୟାରେଣ୍ଟିକୁ ପୂରା କରିବାକୁ କାମ କରୁଛି । ଓଡିଶାରେ ଧାନର ସହାୟକ ମୂଲ୍ୟ ୩୧ଶହ ଟଙ୍କାରେ ବିକ୍ରି ହେଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ପୁଣି ମୁଁ କହିବି ମୋଦୀଙ୍କ ଗ୍ୟାରେଣ୍ଟି ଗ୍ୟାରେଣ୍ଟି ପୂରା ହେବାର ଗ୍ୟାରେଣ୍ଟି । ଆମେ ଆମ ସଂକଳ୍ପକୁ ପୂରା କରିବୁ ଆଉ ବିକଶିତ ଓଡିଶା ପାଇଁ କାମ କରିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+