Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲିଠୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା, ପ୍ରଥମ ଟିକା ନେବେ ଡିଜିପି ଅଭୟ

ଆସନ୍ତାକାଲିଠୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଅର୍ଥାତ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀମାନେ ପାଇବେ କରୋନା ଟିକା ।

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ଅର୍ଥାତ ରାଜ୍ୟର ସମସ୍ତ ପୋଲିସ କର୍ମଚାରୀମାନେ ପାଇବେ କରୋନା ଟିକା । ତେବେ ଏହାର ଶୁଭାରମ୍ଭ କରିବା ସହିତ ପ୍ରଥମେ ଟିକା ନେବେ ଡିଜିପି ଅଭୟ । ଏନେଇ ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ଆସନ୍ତାକାଲି ଭୁବନେଶ୍ୱରରେ ମୋଟ ୧୯ଟି ପ୍ରତିଷ୍ଠାନରେ ୮୯୩୭ ଜଣ କର୍ମଚାରୀ ଟିକା ନେବେ । ଭୁବନେଶ୍ୱର ସିପି ଅଫିସ ସମେତ ୩ଟି ସ୍ଥାନରେ ଏହି ଟିକା ଦିଆଯିବ । ସେହିପରି କଟକର ୧୧ଟି ପ୍ରତିଷ୍ଠାନରେ ୬୮୬୭ ପୋଲିସ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି ।

DGP Abhay

ସେହିପରି କଟକରେ ରାଜ୍ୟ ପୁଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍‌ ଗାର୍ଡ଼, ଫାୟାର ସର୍ଭିସେସ୍‌, ଷଷ୍ଠ ବାଟାଲିଅନ୍‌ ପ୍ରମୁଖ ୧୧ଟି ପ୍ରତିଷ୍ଠାନର ୬୮୬୭ ପୁଲିସ କର୍ମଚାରୀ ଓ ହୋମ୍‌ ଗାର୍ଡଙ୍କୁ ଟିକା ଦିଆଯିବ। କଟକ ନେତାଜୀ ଇନ୍‌ଡୋର ଷ୍ଟାଡିଅମକୁ ଟିକା ଗ୍ରହଣ କେନ୍ଦ୍ର କରାଯାଇଛି। ଟିକାକରଣ ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସବୁ ପ୍ରସ୍ତୁତି ସରିଯିବ। ଆସନ୍ତାକାଲି ସକାଳ ୯ଟା କଟକରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ ବୋଲି କମିଶନର କହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+