ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ
ଓଡ଼ିଶା ପୋଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର । ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ ।
ଭୁବନେଶ୍ୱର: ଓଡ଼ିଶା ପୋଲିସ ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର । ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ । ଅବସର ଅନୁମତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଥିଲା। ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ।

୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡ଼ିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶାରୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡ଼ିଶା ସରକାର। ଡିଜିପି ଅଭୟ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମଗ୍ର ଦେଶରେ ପରିଚିତ। ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡ଼ିଜି ଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି ଅଭୟ ।

ସେପଟେ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ୧୨ ଜଣିଆ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି। ସେଥିରେ ରହିଛି ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ପରି ନାଁ। ସେମାନଙ୍କ ଭିତରୁ ତିନି ଜଣଙ୍କୁ ୟୁପିଏସ୍ସି ବାଛିବେ। ସେମାନଙ୍କ ଭିତରୁ ଜଣଙ୍କୁ ରାଜ୍ୟ ସରକାର ବାଛିବେ। ନୂଆବର୍ଷରେ ଓଡ଼ିଶା ନୂଆ ଡିଜିପି ପାଇବ।












Click it and Unblock the Notifications