ଖାଇ ଖାଇ ଚଳୁ କରିଦେଲେ,କୁବେର DFOଙ୍କର ୧୧୫ ପ୍ଲଟ୍ ଠାବ
କେନ୍ଦୁଝର କେନ୍ଦୁଲିଫ ଡିଭିଜନ ଡିଏଫଓଙ୍କ ଚାଲିଛି ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ । ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୭ ଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ।ସି ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ।
ଅନୁଗୁଳରେ ରହିଛି ଚାରି ମହଲା ଘର । ତାଙ୍କର ୧୧୫ ଟି ପ୍ଲଟ ଥିବା ଜଣାଯାଇଛି । ଅନଗୁଳ ବନ୍ତଳାରେ ଥିବା ପୈତୃକ ଘର ସହ ଅନୁଗୁଳ ଜଗନ୍ନାଥପୁରରେ ଥିବା ଶ୍ୱଶୁର ଘରେ ମଧ୍ୟ ଚଢ଼ାଉ ଜାରି ରହିଛି । କେନ୍ଦୁଝର କେନ୍ଦୁଲିଫ ଡିଏଫଓ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । କେନ୍ଦୁଝରରେ ଥିବା ସରକାରୀ କ୍ୱାଟରରେ ଓ ନୟାଗଡ଼ କୋମଣ୍ଡାରେ ଥିବା ପୁଅର ଆବାସିକ ଘରେ ଚଢ଼ାଉ ଜାରି ରହିଛି । କୋମଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ପୁଅର ଅଫିସ ଚାମ୍ବରରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାଯାଇଛି ।

ଭିଜିଲାନ୍ସ ଚଢ଼ାଉ ସମୟରେ ଜଣାପଡ଼ିଛି ଯେ, ନିତ୍ୟାନନ୍ଦ ନାୟକଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ଠାବ ହୋଇଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।
ଏହି ଅଭିଯାନ ଅନୁଗୁଳ, କେନ୍ଦୁଝର ଏବଂ ନୟାଗଡ଼ ଜିଲାରେ ଥିବା ନାୟକଙ୍କ ସମ୍ପର୍କିତ ୭ଟି ସ୍ଥାନରେ ଏକକାଳୀନ ଚାଲିଛି। ତଦନ୍ତ କେନ୍ଦୁଝର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚାଲୁ ରହିଛି। ଏହି ଅଭିଯାନରେ ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିୟୋଜିତ ଅଛନ୍ତି।












Click it and Unblock the Notifications