ଭକ୍ତଙ୍କ ଗ୍ରହଣରେ ହୋଇପାରେ ରଥଯାତ୍ରା, ସମନ୍ୱୟ କମିଟି ବୈଠକରେ ମିଳିଲା ସଙ୍କେତ

ଏଥର ଭକ୍ତଙ୍କ ଗହଣରେ ହୋଇପାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ସଙ୍କେତ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ପୁରୀ: ଏଥର ଭକ୍ତଙ୍କ ଗହଣରେ ହୋଇପାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରାକୁ ନେଇ ବସିଥିବା ପ୍ରଥମ ସମନ୍ୱୟ ବୈଠକରେ ସଙ୍କେତ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସେହି ଦିଗରେ ପ୍ରସ୍ତୁତି କରୁଛି ପୁରୀ ଜିଲ୍ଲା ପ୍ରଶାସନ ବୋଲି ସେ କହିଛନ୍ତି ।

ratha yatra

କରୋନା ଯୋଗୁ ଗତ ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ତେଣୁ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚା ଦିନ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆକଳନ କରାଯାଉଛି । ୨୦୧୫ ନବକଳେବର ସମୟରେ ପୁରୀରେ ଯେଭଳି ଭକ୍ତଙ୍କ ସମାଗମ ହୋଇଥିଲା, ଏଥର ମଧ୍ୟ ସେହିପରି ଭିଡ଼ ହେବା ଅନୁମାନ କରାଯାଉଛି ।

ରଥଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ସହରରେ ଲାଗିବ ବ୍ୟାପକ ସିସିଟିଭି । ସେହିପରି ସ୍ୱାସ୍ଥ୍ୟ, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଜିର ଏହି ସମନ୍ୱୟ ବୈଠକରେ ଆଲୋଚନା ହୋଇଛି । ଚଳିତ ରଥଯାତ୍ରାରେ ନିୟୋଜିତ ହେବେ ୨୦୦ରୁ ଅଧିକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ୧୦୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ମୁତୟନ ହେବ । ତେବେ ଆଜିର ଏହି ବୈଠକରେ ରଥକାଠ, କନା ଓ ଦଉଡ଼ି ଯୋଗାଣ, ରଥ ନିର୍ମାଣ, ସ୍ୱାସ୍ଥ, ପରିମଳ ଓ ଗମନାଗମନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ସେହିପରି ଚଳିତ ବର୍ଷ ସ୍ନାନପୂର୍ଣ୍ଣିମାରେ ମଧ୍ୟ ଭକ୍ତଙ୍କ ସମାଗମ ହେବ । ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ସହ ସ୍ନାନ ପୂର୍ଣ୍ଣିମା ରୀତି ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+