Get Updates
Get notified of breaking news, exclusive insights, and must-see stories!

ରଥଯାତ୍ରା ପରେ ପ୍ରଥମ ଅବଢା ଲାଭ କଲେ ଶ୍ରଦ୍ଧାଳୁ

ଆଜି ଅନେକ ଦିନରୁ ଚାତକ ଭଳି ଅନେଇ ଥିବା ଜଗା ଭକ୍ତ ଅଭଡା ପାଇଛନ୍ତି । 12 ଦିନ ପରେ ଆଜି ଠାରୁ ପୁଣିଥରେ ନୀଳାଚଳରେ ଅବଢ଼ା ଉପଲବ୍ଧ ହୋଇଛି ।

ପୁରୀ: ମଙ୍ଗଳବାର ଶେଷ ହୋଇଛି ମହାପ୍ରଭୁଙ୍କ ଚଳିତ ବର୍ଷର ଘୋଷଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କୁ ବଡଦାଣ୍ଡରେ ଦେଖା ଦେଲେ ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଓ ସୁନା ବେଶ ପରେ ରତ୍ନବେଦୀରେ ବିରାଜିଛନ୍ତି କାଳିଆ ସାଆନ୍ତେ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିରେ ପ୍ରବେଶ କରିଲେ ଶ୍ରୀଜୀଉ । ମହାପ୍ରଭୁ ନୀଳାଦ୍ରି ବିଜେ କରିବା ପରେ ପୁଣି ଚଳଚଞ୍ଚଳ ହୋଇପଡିଛି ଶ୍ରୀମନ୍ଦିର ।

mahaprasad

ଆଜି ଅନେକ ଦିନରୁ ଚାତକ ଭଳି ଅନେଇ ଥିବା ଜଗା ଭକ୍ତ ଅଭଡା ପାଇଛନ୍ତି । 12 ଦିନ ପରେ ଆଜି ଠାରୁ ପୁଣିଥରେ ନୀଳାଚଳରେ ଅବଢ଼ା ଉପଲବ୍ଧ ହୋଇଛି ।
ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ ବଦଳରେ ଆଡ଼ପ ଅବଢ଼ା ପାଇ ଆସୁଥିଲେ ।

କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନଙ୍କୁ ଅଭଡା ମିଳି ନଥାଏ । ତେଣୁ ଏହି ଅମୃତ ପାଇବାରୁ ବଞ୍ଚିତ ଥିଲେ ଭକ୍ତ। ଆଜି ଭକ୍ତମାନେ ଅଭଡା ପାଇ ବେଶ ଆନନ୍ଦିତ ଥିବା ଦେଖାଯାଇଛି। ଅଭଡା ପାଇବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+