ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ପଦକ୍ଷେପ: ରହଣୀ, ଜଗନ୍ନାଥ ଦର୍ଶନ ଓ ପ୍ରସାଦ ବ୍ୟବସ୍ଥା
ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ପଦକ୍ଷେପ, ରହଣୀ, ଜଗନ୍ନାଥ ଦର୍ଶନ ଓ ପ୍ରସାଦ ବ୍ୟବସ୍ଥା
ପୁରୀ: ଅକ୍ଟୋବର ୧୦ରୁ ଆରମ୍ଭ ହେବା ପାଇଁ ଯାଉଛି କାର୍ତ୍ତିକ ବ୍ରତ । ୨ ବର୍ଷ ପରେ ଏଥର ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ । ଶ୍ରୀକ୍ଷେତ୍ର ପୁରୀରେ ପ୍ରିତିବର୍ଷ ପବିତ୍ର କାର୍ତ୍ତିକ ମାସରେ 'ରାଈଦାମୋଦର ବ୍ରତ' ପାଳନ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ପ୍ରତ୍ୟକ ଦିନ ଶ୍ରୀମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, କାର୍ତ୍ତିକ ପୂରାଣ ପ୍ରବଚନ, ରହଣି ଆଦିର ବ୍ୟବସ୍ଥା କରଯାଏ ।

ତେବେ ପୁରୀରେ ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ପାଳନ କରିବା ପାଇଁ ସେପ୍ଟେମ୍ବର ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବା ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ହ୍ୱାଟସ ଆପ୍ ନଂ-୯୪୩୭୦୮୦୬୩୨ରେ କଲ୍ କରି ନିଜ ପଞ୍ଜିକରଣ କରିପାରିବେ । ଏହି ସମ୍ପର୍କରେ ଅଧିକ ସୂଚନା ଏହି ୱେବସାଇଟରେ ପାଇବେ [email protected].।












Click it and Unblock the Notifications