UPI ମାଧ୍ୟମରେ ମହାପ୍ରଭୁଙ୍କୁ ଦାନ କରିପାରିବେ ଭକ୍ତ, ଇ-ହୁଣ୍ଡିକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଡୋନେସନ ସେଲ ଗଠନ କରାଯାଇଛି । ଯେଉଁ ଭକ୍ତ ମାନେ ଚାହିଁବେ ଶ୍ରୀ ମନ୍ଦିର କାର୍ଯ୍ୟଳୟ ନିକଟର ହୋଇଥିବା ନୂଆ ଡୋନେସନ ସେଲ ଗୃହକୁ ଯାଇ ଉଭୟ ଅଫ ଲାଇନ୍ ଓ ୟୁପିଆଇ ଦ୍ଵାରା ମହାପ୍ରଭୁଙ୍କୁ ଦାନ କରିପାରିବେ।

ସ୍ଵତନ୍ତ୍ର ଡୋନେସନ ସେଲରେ ଇ ହୁଣ୍ଡି ସ୍ଥାପନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ସ୍ଵତନ୍ତ୍ର ଡୋନେସନ ସେଲ ଗୃହ ଖୋଲିବ। ଏନେଇ ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।

PM MODI will inaugurate e-Hund

ୟୁପିଆଇ ମାଧ୍ୟମରେ ମହାପ୍ରଭୁଙ୍କୁ ଦାନ କରିପାରିବେ ଭକ୍ତ:

ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କୁ ଦାନ କରିବା ପାଇଁ ହୁଣ୍ଡି ବ୍ୟବସ୍ଥା ରହିଛି। ଜଣେ ଭକ୍ତ ୟୁପିଆଇ ମାଧ୍ୟମରେ ଯଦି ଅର୍ଥ ଦାନ କରିବା ପାଇଁ ଚାହିଁବେ ତାହା ସମ୍ଭବ ନୁହେଁ। କାରଣ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ନିଶିଦ୍ଧ ରହିଛି । ସେଥି ପାଇଁ ଆମେ ଶ୍ରୀମନ୍ଦିର ବାହାରେ ଏକ ଡୋନେସନ ସେଲର ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟକୁ ଲାଗି ଏହି ସେଲ ରହିବ। ଏହି ସେଲକୁ ଜଣେ ଭକ୍ତ ଆସି ଦାନ ଦେବା ପରେ ରସିଦ ନେଇ ପାରିବେ। ଯଦି କେହି ଭକ୍ତ ୟୁପିଆଇ, ଡେବିଟ କାର୍ଡ, କ୍ରେଡିଟ କାର୍ଡ ମଧ୍ୟମରେ ଅର୍ଥ ଦାନ କରିବା ପାଇଁ ଚାହିଁବେ ସେ ନେଇ ମଧ୍ୟ ବ୍ୟବସ୍ଥା ରହିବ। ଏହି ଇହୁଣ୍ଡି ତଥା ଡିଜିଟାଲ ହୁଣ୍ଡି ନେଇ ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। "

ଇହୁଣ୍ଡିକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି, "ଶ୍ରୀମନ୍ଦିର ପାଇଁ ଡିଜିଟାଲ ହୁଣ୍ଡି ତଥା ଇହୁଣ୍ଡି ର ସ୍ଥାପନ କରାଯିବ। ଆମ ପାଖରେ ଯାହା ସୂଚନା ଅଛି ପ୍ରଧାନମନ୍ତ୍ରୀ ଏହି ଇହୁଣ୍ଡିକୁ ଉଦଘାଟନ କରିବେ। ସେଥିପାଇଁ ଆମେ ସବୁ ପ୍ରସ୍ତୁତି କରିଛୁ । ଆଗାମୀ ଦିନରେ ପୁରୀ ସହରରେ ଥିବା ଏଟିଏମ ଗୁଡ଼ିକରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଭକ୍ତ ଦାନ ଦେବା ପାଇଁ ସବୁ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା ପାଇଁ ଆମେ ଅଲୋଚୋନା କରିବୁ। ତେବେ ଡିଜିଟାଲ ପେମେଣ୍ଟ ହେବାକୁ ଥିବାରୁ ଆମେ ଏହାର ସାଇବର ସୁରକ୍ଷା ଉପରେ ବେଶୀ ଗୁରୁତ୍ଵ ଦେଉଚୁ। ନହେଲେ ସାଇବର ଅପରାଧୀ ମାନେ ଠକେଇ କରିବାର ଆଶଙ୍କା ରହିଛି। ଏଥି ପାଇଁ ସରକାରଙ୍କ ଆଇଟି ବିଭାଗ ପକ୍ଷରୁ ସବୁ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଥି ସହିତ ଏକ ସ୍ମରଣିକା କେନ୍ଦ୍ର ରହିବ। ଯେଉଁଠି କି ଜଗନ୍ନାଥ୍ ମହାପ୍ରଭୁ ଙ୍କ ସମ୍ପର୍କିତ ଜିନିଷ ଭକ୍ତଙ୍କୁ ବିକ୍ରି କରାଯିବ। "

ଭକ୍ତଙ୍କ ପାଇଁ ଏକ ବ୍ୟାଖ୍ୟାନ କେନ୍ଦ୍ର:

"ଭକ୍ତଙ୍କ ପାଇଁ ଏକ ବ୍ୟାଖ୍ୟାନ କେନ୍ଦ୍ର କରାଯିଵା ନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି। ଡୋନେସନ ସେଲ ନିକଟରେ ଭକ୍ତଙ୍କ ପାଇଁ ଏକ ପ୍ରତୀକ୍ଷା ଗୃହ ରହିବ। ସେଠାରେ ଭକ୍ତ ମାନେ ବସିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରଖାଯିବ। ଶ୍ରୀମନ୍ଦିରରୁ ବାହାରୁଥିବା ପୁରୁଣା କବାଟ ଗୁଡ଼ିକୁ ମ୍ୟୁଜିୟମରେ ରଖାଯିବା ବ୍ୟବସ୍ଥା ହେଉଛି। ମଶାଣିଚଣ୍ଡୀ ମନ୍ଦିର ନିକଟରେ ରଥ ସାମଗ୍ରୀ ରଖିବା ପାଇଁ ଏକ ଗୋଦାମ ନିର୍ମାଣ କରୁଛୁ। ପୂର୍ବରୁ ରଥଯାତ୍ରା ସରିଲା ପରେ ରଥରୁ ବାହାରୁଥିବା ବିଭିନ୍ନ ସାମଗ୍ରୀ ଗୁଣ୍ଡିଚା ମନ୍ଦିର ଭିତରେ ଖୋଲା ଆକାଶ ତଳେ ରହୁଥିଲା। ଫଳରେ ଅନେକ ଜିନିଷ ନଷ୍ଟ ହୋଇ ଯାଉଥିଲା। ତେବେ ନୂଆ ରଥ ଗୋଦାମରେ ସବୁ ଜିନିଷ ସୁରକ୍ଷିତ ଭାଗରେ ରହି ପାରିବ। ରଥ ନିର୍ମାଣ ପାଇଁ ଆସିଥିବା ବଳକା କାଠକୁ ଆମେ ସେହି ଗୋଦାମରେ ରଖି ପାରିବୁ। ରଥ ସାରଥୀ ଠାରୁ ଆରମ୍ଭ କରି ରଥ ସାମଗ୍ରୀ ଭଲ ରେ ରହିପାରିବ।" ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+