ମେ ୧୫ ଯାଏଁ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ମନା
ମେ ୧୫ ଯାଏଁ ଗଞ୍ଜାମ ଜିଲ୍ଲାର ଧର୍ମାନୁଷ୍ଠାନ ଗୁଡିକରେ ଭକ୍ତଙ୍କ ପ୍ରବେଶକୁ ମନା ହୋଇଛି । କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧାର୍ମିକ ପୀଠରେ ପ୍ରବେଶ ନିଷେଧ କରାଯାଇଛି ।
ଗଞ୍ଜାମ: ଜିଲ୍ଲାରେ ଧର୍ମୀୟ ଅନୁଷ୍ଠାନ ଉପରେ ଲାଗିଲା କଟକଣା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତି ନେଲା ଜିଲ୍ଲା ପ୍ରଶାସନ । ମେ ୧୫ ଯାଏଁ ଗଞ୍ଜାମ ଜିଲ୍ଲାର ଧର୍ମାନୁଷ୍ଠାନ ଗୁଡିକରେ ଭକ୍ତଙ୍କ ପ୍ରବେଶକୁ ମନା ହୋଇଛି ।

କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧାର୍ମିକ ପୀଠରେ ପ୍ରବେଶ ନିଷେଧ କରାଯାଇଛି । କେବଳ ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଜିଲ୍ଲାର ସମସ୍ତ ମନ୍ଦିର/ମସଜିଦ/ଚର୍ଚ୍ଚ ଏବଂ।ଅନ୍ୟ ଧର୍ମୀୟ ପୀଠ ମାନଙ୍କରେ ସୀମିତ ପୂଜକ ମାନେ ଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ
— Collector & District Magistrate, Ganjam (@Ganjam_Admin) April 21, 2021
୨୨/୦୪ ଠାରୁ ୧୫/୦୫/୨୧ ଯାଏଁ ସାଧାରଣ ଲୋକେ ଜିଲ୍ଲାର କୌଣସି ଜନ ଗହଳି ସ୍ଥାନ ଯେପରିକି ଧର୍ମୀୟ ଅନୁଷ୍ଠାନ/ ପାର୍କ/ସମୁଦ୍ର କୂଳ/ଖେଳ ପଡିଆ/ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି
ଅନ୍ୟପଟେ କାଲିଠୁ ମେ ୧୫ ତାରିଖ ଯାଏଁ ସାଧାରଣ ଲୋକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଯେପରିକି ଧାର୍ମିକ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ ଓ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି ।
ସୂଚନାଥାଉ କି, ଗତକାଲି ଭୁବନେଶ୍ୱର ଓ କଟକରେ ମଧ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଟ୍ବିନ ସିଟିରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ମନା କରାଯାଇଥିଲା । ଆଜି ଶ୍ରୀରାମ ନବମୀରେ ବି ଟ୍ବିନ ସିଟିର ସମସ୍ତ ରାମ ମନ୍ଦିର ଫାଙ୍କା ରହିଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications