କାଳିଆ ସାଆନ୍ତଙ୍କୁ ୧କିଲୋ ୮୦୦ ମିଲିଗ୍ରାମର ସୁନା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଟଙ୍କା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି । କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି । ଏହି ଦାନ ଅର୍ଥ ଏବଂ ସୁନା, ଅଳଙ୍କାର ଆଦି ପ୍ରତିଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର ବେଢା ପରିସର ଶାଖା କାର୍ଯ୍ୟାଳୟରେ ଗଣତି କରାଯାଇଥାଏ ।

ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା ମିଳେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ସର୍ବସାଧାରଣରେ ଅବଗତ କରାଇଥାଏ । ଆଜି ଶ୍ରୀମନ୍ଦିର ହୁଣ୍ଡିରୁ ୧ କିଲୋ ୮୦୦ ମିଲିଗ୍ରାମର ସୁନା ବାହାରିଛି । ଏହି ସୁନାକୁ କେହି ଜଣେ ଭକ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ନେଇ କୁହାଯାଇଛି । ତେବେ ଆଜି ଶ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳି ଥିବାରୁ କେହି ଏକ ଭକ୍ତ ଦାନ କରିଛନ୍ତି ।

Puri Jagannath Temple

ଶ୍ରୀଜୀଉଙ୍କ ଦର୍ଶନ ସହ ଭକ୍ତମାନେ ଶ୍ରୀମନ୍ଦିରକୁ ମନଖୋଲି ଦାନ କରିବା ନୂଆ କଥା ନୁହେଁ । ଭକ୍ତମାନେ ପୂର୍ବରୁ ମଧ୍ୟ ଏହି ଭଳି ଦାନ କରୁଛନ୍ତି । ପ୍ରତିଦିନ ଭକ୍ତମାନେ ଯେତେବେଳେ କାଳିଆ ସାଆନ୍ତଙ୍କୁ ଦର୍ଶନକରୁଛନ୍ତି, ହୁଣ୍ଡିରେ ନଗଦ ଟଙ୍କା ବା ଅଳଙ୍କାର ପକାଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+