ଦେବୀନଦୀରେ ବୁଡି ନିଖୋଜ ଘଟଣା :ସକାଳୁ ୩ୟ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ଜଗତସିଂହପୁର: ଦେବୀ ନଦୀରେ ବୁଡ଼ି ଛାତ୍ର ନିଜୋଜ ଘଟଣା । ସକାଳୁ ଉଦ୍ଧାର ହେଲା ତୃତୀୟ ଛାତ୍ରଙ୍କ ମୃତ ଦେହ । କାଲିଠୁ ନିଖୋଜ ଥିବା ୩ୟ ଛାତ୍ରଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି । ମୃତକ ହେଲେ ୧୬ ବର୍ଷିୟ ଶୁଭମ୍ ପାତ୍ର । ଗତକାଲି ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମାଛଗାଁ ନିକଟରେ ଗାଧୋଇବା ବେଳେ ୩ ଜଣ ବୁଡ଼ି ଯାଇଥିଲେ। ୩ ଛାତ୍ର ଭୁବନେଶ୍ୱରରେ +2 ପଢୁଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଗତକାଲି ୪ ଜଣ ସାଙ୍ଗ ନଦୀକୁ ଗୋଧୋଇ ଯିବା ସମୟରେ ୩ ଜଣ ନଦୀ ସ୍ରୋତରେ ଭାସି ଯାଇଥିଲେ ଏବଂ ଜଣେ କୂଳକୁ ସୁରକ୍ଷିତ ପଳାଇ ଆସିଥିଲେ । ଗତକାଲି ସଂଧ୍ୟା ସୁଦ୍ଧା ଦୁଇ ଜଣ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଗତକାଲି ଉଦ୍ଧାର ହୋଇଥିବା ଦୁଇ ଛାତ୍ର ହେଲେ ୧୬ ବର୍ଷିୟ ସତ୍ୟଜିତ୍ ବାରିକ ଏବଂ ସ୍ୱାଭିମାନ ବାରିକ । ତେବେ ଗାଁ ଲୋକଙ୍କ ବାରଣ କରିବା ସତ୍ୱେ ଛାତ୍ର ମାନେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।












Click it and Unblock the Notifications