ନବୀନ ନିବାସରେ ବୈଠକ ପରେ ଦେବୀ ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ; ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ନିଷ୍ପତ୍ତି ନିଆଯିବ
ନବୀନ ନିବାସରେ ବୈଠକ ପରେ ଦେବୀ ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ସେ ନିଷ୍ପତ୍ତି ନିଆଯିବ କହିଲେ ଦେବୀ ମିଶ୍ର । ନବୀନଙ୍କ ନେତୃତ୍ବରେ ଓଡ଼ିଶା ସଫଳତା ପାଇ ଚାଲିଛି ବୋଲି ଦେବୀ ମିଶ୍ର କହିଛନ୍ତି ।
ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ ସେ ନିଷ୍ପତ୍ତି ନିଆଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ ନେବେ ବୋଲି ସେ କହିଛନ୍ତି । ସେହିପରି ଅରୁଣ ସାହୁ କହିଛନ୍ତି ଯେ, ଯାହା ହେବ ଓଡ଼ିଶା ଲୋକଙ୍କ ବିକାଶ ପାଇଁ ନିଆଯିବ ।
ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି ।
ମେଣ୍ଟ ଆଲୋଚନା ହୋଇଥିଲା, ଏକା ଲଢ଼ିବୁ ବୋଲି ମତ ଦେଇଛୁ । ମେଣ୍ଟ ନେଇ କିଛି ଫାଇନାଲ ହୋଇନି ବୋଲି ଜୁଏଲ ଓରାମ କହିଛନ୍ତି ।

ଓଡ଼ିଶାରେ ବିଜେପି ଏକୁଟିଆ ଲଢ଼ିବାକୁ ମତ ଦେଇଛୁ, ତେବେ କେନ୍ଦ୍ରୀୟ କୋର କମିଟି ତଥା କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ବୋଲି ଶ୍ରୀ ଓରାମ କହିଛନ୍ତି। ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚା ହେଉଛି, କିନ୍ତୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ କୌଣସି ସୂଚନା ଦେଇନାହାନ୍ତି।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ରଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିବା ସୂଚନା ମିଳିଛି।












Click it and Unblock the Notifications