Devendra Pradhan: କେମିତି ଥିଲା ଦେବେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ?
ପରପାରିରେ ଦେବେନ୍ଦ୍ର ପ୍ରଧାନ। ୮୩ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ସକାଳେ ୧୦ଟା ୩୦ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି । ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବାବେଳେ ୧୯୪୧ ମସିହାରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ ।
ଓଡ଼ିଶାରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦେବଗଡ ଲୋକସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ । ଏହା ଛଡା ବାଜପେୟୀ ସରକାରଙ୍କ ସମୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ ଦେବେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପାଙ୍କ ପରଲୋକ ହୋଇଛି। ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ସେଠାରୁ ସେ ଓଡ଼ିଶାକୁ ଆସିବେ ।
ଏହାପରେ ୧୯୯୩ରୁ ୧୯୯୫ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଥିଲେ । ପୁନର୍ବାର ୧୯୯୫ରୁ ୧୯୯୭ ଯାଏଁ ବିଜେପି ସଭାପତି ରହିଥିଲେ । ୧୯୯୮ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଧାନଙ୍କ ଜନ୍ମ ୧୬ ଜୁଲାଇ ୧୯୪୧ ମସିହାରେ ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ହୋଇଥିଲା ଏବଂ ସେ MBBS ସମାପ୍ତ କରିଥିଲେ।
କେମିତି ଥିଲା କାର୍ଯ୍ୟକାଳ ?
ସଭାପତି, ବିଜେପି, ତାଳଚେର ମଣ୍ଡଳ (୧୯୮୦-୧୯୮୩)
ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବିଜେପି ଜିଲ୍ଲା ସଭାପତି (୧୯୮୩-୧୯୮୫)
ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବିଜେପି ଜିଲ୍ଲା ସଭାପତି (୧୯୮୫-୧୯୮୮)
ବିଜେପି, ଓଡ଼ିଶା ରାଜ୍ୟ ସଭାପତି (ଫେବୃଆରୀ ୧୯୮୮ - ୧୯୯୦)
ପୁନଃନିର୍ବାଚିତ ରାଜ୍ୟ ସଭାପତି (ବିଜେପି), ଓଡ଼ିଶା (୧୯୯୦-୧୯୯୩)
ବିଜେପି, ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ (୧୯୯୩-୧୯୯୫)
ଓଡ଼ିଶା ବିଜେପି ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ (୧୯୯୫-୧୯୯୭)
ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେପି (୧୯୯୭-୧୯୯୮)
୧୯୯୮ ମସିହାରେ ଓଡ଼ିଶାର ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ଦ୍ୱାଦଶ ଲୋକସଭା ପାଇଁ ନିର୍ବାଚିତ ସାଂସଦ।
କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ (୧୯୯୮-୧୯୯୯)
ତ୍ରୟୋଦଶ ଲୋକସଭା (୧୯୯୯-୨୦୦୪) ପାଇଁ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ପୁନଃନିର୍ବାଚିତ ସାଂସଦ।
କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ (୧୯୯୯-୨୦୦୧)
ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ (୨୦୦୧-୨୦୦୨)












Click it and Unblock the Notifications