ଦେବେନ୍ଦ୍ର ପ୍ରଧାନ: ଡାକ୍ତରୀ ସେବାରୁ ଲୋକଙ୍କ ସେବା
ପରଲୋକରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବିଶିଷ୍ଟ ନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି ।
ଡାକ୍ତର ଦେବନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ନିକଟରେ ତାଙ୍କ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପତ୍ନୀ, ନାତି ନାତୁଣୀ ଉପସ୍ଥିତ ଥିଲେ। ପତ୍ନୀ ବସନ୍ତ ମଞ୍ଜରୀ ପ୍ରଧାନ, ୨ ପୁଅ ସୌମେନ୍ଦ୍ର କୁମାର ପ୍ରଧାନ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ, ୨ ବୋହୁ ଓ ନାତିନାତୁଣିଙ୍କୁ ଶୋକ ସାଗରରେ ଭସାଇ ଡାକ୍ତର ଦେବେନ୍ଦ୍ର ପ୍ରଧାନ ପରଲୋକ ଗମନ କରିଛନ୍ତି।

ବିଭିନ୍ନ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ଲୋକପ୍ରିୟତା ହାସଲ କରିଥିଲେ। ପେଷା ଥିଲା ଡାକ୍ତର , ତେବେ ପରବର୍ତ୍ତୀ ସମୟରେ ରାଜନୀତି ତାଙ୍କର ନିଶା ପାଲଟିଗଲା।
ଚିକିତ୍ସକରୁ ବନିଲେ ସଫଳ ରାଜନେତା। ତାଳଚେର ମଣ୍ଡଳ ସଭାପତିରୁ ବିଜେପି ରାଜ୍ୟ ସରଭାପତି, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ସଫଳ ରାଜନୀତି କ୍ୟାରିୟର ସମ୍ପାଦନ କରିଥିଲେ। ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ଦେବେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହର କରିଥିଲେ।
କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୁଳ କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ସେ ୧୯୬୬ ମସିହାରେ କଟକର ଏସସିବି ମେଡିକାଲ କଲେଜରୁ ଏମବିବିଏସ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ତାଳଚେରରେ ଜଣେ ଡାକ୍ତରୀ ଅଧିକାରୀ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ୧୯୭୩ ମସିହାରେ ସ୍ଵେଚ୍ଛାକୃତ ଅବସର ନେଇଥିଲେ।
୧୯୮୦ ମସିହାରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ ଏବଂ ବିଜେପିର ତାଳଚେର ମଣ୍ଡଳର ସଭାପତି ହୋଇଥିଲେ। ୧୯୮୩ ମସିହାରେ ସେ ଢେଙ୍କାନାଳ ଜିଲାରେ ବିଜେପିର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଡାକ୍ତର ଦେବେନ୍ଦ୍ର ଦେବଗଡ଼ ନିର୍ବାଚନମଣ୍ଡଳୀରୁ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୯୯୮ ଓ ୧୯୯୯ରେ ଦୁଇଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ। କେନ୍ଦ୍ର ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ୨୦୦୧ ମସିହାରେ, ତାଙ୍କୁ ବିଜେପିର ଜାତୀୟ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।
ଦେବେନ୍ଦ୍ର ପ୍ରଧାନ ଦ୍ୱିତୀୟ ବାଜପେୟୀ ମନ୍ତ୍ରୀମଣ୍ଡଳରେ ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଦେବଗଡ଼ ନିର୍ବାଚନ ମଣ୍ଡଳୀରୁ ୧୩ତମ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମଧ୍ୟ ସଦସ୍ୟ ଥିଲେ।
ଓଡ଼ିଶାର ଅବିଭକ୍ତ ଢେଙ୍କାନାଳ ଜିଲାରେ ଜନ୍ମଗ୍ରହଣ କରିଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବଡ଼ପୁଅ ସୌମେନ୍ଦ୍ର କୁମାର ପ୍ରଧାନ ଜଣେ ସଫଳ ବ୍ୟବସାୟୀ ହୋଇଥିବାବେଳେ ତାଙ୍କ ସାନ ପୁଅ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।
• ସଭାପତି, ବିଜେପି, ତାଳଚେର ମଣ୍ଡଳ (୧୯୮୦-୧୯୮୩)
• ଅବିଭକ୍ତ ଢେଙ୍କାନାଳ ଜିଲାର ବିଜେପି ଜିଲା ସଭାପତି (୧୯୮୩-୧୯୮୫)
• ଅବିଭକ୍ତ ଢେଙ୍କାନାଳ ଜିଲାର ବିଜେପି ଜିଲା ସଭାପତି (୧୯୮୫-୧୯୮୮)
• ବିଜେପି, ଓଡ଼ିଶା ରାଜ୍ୟ ସଭାପତି (ଫେବୃଆରୀ ୧୯୮୮-୧୯୯୦)
• ରାଜ୍ୟ ସଭାପତି (ବିଜେପି), ଓଡ଼ିଶା ଭାବରେ ପୁନଃନିର୍ବାଚିତ (୧୯୯୦-୧୯୯୩)
• ବିଜେପି, ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ (୧୯୯୩-୧୯୯୫)
• ବିଜେପି, ଓଡ଼ିଶା ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ (୧୯୯୫-୧୯୯୭)
• ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେପି (୧୯୯୭-୧୯୯୮)
• ଦ୍ୱାଦଶ ଲୋକସଭା, ଦେବଗଡ଼ ସଂସଦୀୟ କ୍ଷେତ୍ର, ଓଡ଼ିଶା ପାଇଁ ସଂସଦ ସଦସ୍ୟ ଭାବରେ ନିର୍ବାଚିତ (୧୯୯୮)
• କେନ୍ଦ୍ର ଭୂପୃଷ୍ଠ ପରିବହନ ରାଷ୍ଟ୍ରମନ୍ତ୍ରୀ (୧୯୯୮-୧୯୯୯)
• ଦେଓଗଡ଼ ସଂସଦୀୟ କ୍ଷେତ୍ରର ତ୍ରୟୋଦଶ ଲୋକସଭାର ସାଂସଦ ଭାବରେ ପୁନଃନିର୍ବାଚିତ (୧୯୯୯-୨୦୦୪)
• କେନ୍ଦ୍ର ରାଜ୍ୟ, ଭୂପୃଷ୍ଠ ପରିବହନ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ (୧୯୯୯-୨୦୦୧)
• ବିଜେପିର ଜାତୀୟ ଉପାଧ୍ୟକ୍ଷ (୨୦୦୧-୨୦୦୨)
ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ନିଜ ଜନ୍ମସ୍ଥାନକୁ ଅଣାଯିବାକୁ ଯୋଜନା ରହିଥିବାବେଳେ ପୁରୀ ସ୍ବର୍ଗଦ୍ବାରରେ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications