ଉନ୍ନୟନ କମିଶନର ଓ 5T ସଚିବଙ୍କ ଓଲଟପୁର ଗସ୍ତ
ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେ କ୍ରମେ ଗୁରୁବାର ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା 5T ସେକ୍ରେଟାରୀ ଶ୍ରୀ ଭି କେ ପାଣ୍ଡିଆନ ଓଲଟପୁର।
ଭୁବନେଶ୍ୱର: ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗୁରୁବାର ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା 5T ସେକ୍ରେଟାରୀ ଶ୍ରୀ ଭି କେ ପାଣ୍ଡିଆନ ଓଲଟପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ସେମାନଙ୍କ ସହିତ ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ , କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଚଇନି ଓ ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକ ଓ ରୋଗୀଙ୍କ ସହ ଆଲୋଚନା ପରେ କିଛି ନିଷ୍ପତ୍ତି ନିଆଯାଇଛି । ଯେପରିକି, ରୋଗୀ ମାନେ ଯେପରି ସୁବିଧାରେ NIRTAR ରେ ପହଞ୍ଚିପାରିବେ ସେଥିପାଇଁ ନିଆଳି ଅଡଶପୁର ରାସ୍ତାର ବୋଇରାଇ ଛକ ଠାରୁ ଓଲଟପୁର NIRTAR ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଥାକିଆ କରାଯିବ । NIRTAR ହସ୍ପିଟାଲ ପାର୍ଶ୍ଵବର୍ତ୍ତୀ ଜମି ଅଧିଗ୍ରହଣ କରି ସେ ଅଞ୍ଚଳର ବିକାଶ କରାଯିବ ।
ହସ୍ପିଟାଲ ଭିତରେ ଥିବା ହଷ୍ଟେଲର ମଧ୍ୟ ଉନ୍ନତି କରାଯି । ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ 5T ସଚିବ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।












Click it and Unblock the Notifications