Get Updates
Get notified of breaking news, exclusive insights, and must-see stories!

ବିକଶିତ ଓଡ଼ିଶା ଭାରତର ଗ୍ରୋଥ ଇଞ୍ଜିନ ହେବ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପବିତ୍ର ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ସମ୍ବୋଧନ କରି ବିକଶିତ ଓଡ଼ିଶା ନିର୍ମାଣ ପାଇଁ ନିଜର ସଂକଳ୍ପକୁ ଦୋହରାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମହାପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଦେଶର ସ୍ୱାଧୀନତାକୁ ୭୭ ବର୍ଷ ବିତି ଗଲାଣି। ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅମୃତକାଳ ଦେଇ ଗତି କରୁଛି। ଅର୍ଥନୈତିକ ବିକାଶ ସହ ଆତଙ୍କବାଦ ଓ ନକ୍ସଲବାଦ ଦମନ କ୍ଷେତ୍ରରେ ଭାରତ ବିପୁଳ ସଫଳତା ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Mohan Charan Majhi

ସମାଜର ସବୁ ବର୍ଗର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ" ମନ୍ତ୍ର ଦେଇଛନ୍ତି। ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି।

ବିକଶିତ ଓଡ଼ିଶା ଭାରତର ଗ୍ରୋଥ ଇଞ୍ଜିନ ହେବ। ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ସହ ଦେଶ ଓ ରାଜ୍ୟର ସେବା କରିବା ପାଇଁ ସେ ସମସ୍ତକୁ ଆହ୍ଵାନ ଦେଇଛନ୍ତି। #

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+