ସ୍ନାନ ପୂର୍ଣ୍ଣିମା: ଶ୍ରୀକ୍ଷେତ୍ରରେ ଭକ୍ତିର ସାଗର, ଆଜି କ’ଣ କ'ଣ ଖାଇବ ଜଗା ?

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୁଧବାର ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ। ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରିବେ। ଏହି ଅପୂର୍ବ ବେଶକୁ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିବେ। ଏହି ସମୟ ପାଖେଇ ଆସୁଥିବାରୁ ଭକ୍ତମାନଙ୍କ ମନରେ ଉତ୍କଣ୍ଠା ଭରି ଉଠୁଛି। ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖାଯାଇଥିବା ବେଳେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି।

Sanyanna Purnima Ocean of devotion in the temple

ଆଜିର ଦିନରେ ପ୍ରଭୁଙ୍କ ପାଖରେ ସମସ୍ତ ଭୋଗ ଲାଗି କରାଯାଏ , ଏ ସମସ୍ତ ଭୋଗ ପ୍ରସ୍ତୁତ ହୋଇସାରିବା ପରେ ସ୍ନାନ ମଣ୍ତପକୁ ଅଣାଯାଏ , ଏ ସମସ୍ତ ଭୋଗ ର ନାମ ବଡ଼କାନ୍ତି , ସାନକାନ୍ତି , ଏଣ୍ଡୁରି , ପିଠା ପୁଳି , ମିଠା ପୁଳି , ଦହି ଅମାଲୁ , ହଂସକେଳି , କାକପୁଆ ଝିଲ୍ଲି , ଅଦା ପାଚେଡ଼ି , ବୁନ୍ଦିଆ , ବଡ଼ କଣିଆ ସାନ କଣିଆ , ତଥା ଖେଚୁଡ଼ି , ନୁଖୁରା ଖେଚୁଡ଼ି , ସାନ ଖେଚୁଡ଼ି , ଶ୍ରୀ ବଳଭଦ୍ର ଖେଚୁଡ଼ି , ତୈଳ ଖେଚୁଡ଼ି , ମେଣ୍ଢା ମୁଣ୍ଡିଆ , ଶାଗ , ପୂଜାପଣ୍ଡାଙ୍କ ପାଇଁ ଚଣ୍ଡ , ମଧ୍ୟାହ୍ନ ଧୂପ ବା ଦିପହର ଧୂପ , (ମଧ୍ୟାହ୍ନ ୧୨.୩୦ରୁ ୧.୦୦) ଷୋଡ଼ଶପଚାର ବିଧିରେ ନୈବେଦ୍ୟ ଅର୍ପଣ କରାଯାଏ । ତୃତୀୟ ଅବକାଶ ପରେ 'ଦିପହର ଧୂପ' ନୈବେଦ୍ୟ ଅର୍ପଣ; ଦିପହର ଧୂପ ପରେ ଦିନ-ପହଡ଼ ।

ଏଥିସହ ବଡ଼ପିଠା ବଡ଼ କାକରା , ସାନକାକରା , ବଡ଼ ପୁଷ୍ପାଳକ ଆରିସା , ବଡ଼ ଆରିସା , ସାନ ଆରିସା ପାଗ ଆରିସା , ବୋକ ଆରିସା , ମଥା ପୁଳି , ବଡ଼ ବଡ଼ , ଚଢ଼େଇ ନଦା , ଚଢ଼େଇନଦା ଗୁଳା , ସୁଆର ମନୋହର , ମନୋହର , ବଡ଼ ଖଇରଚୁଳ ସାନ ଖଇରଚୁଳ , ଗଜା , ବିରି ବଡ଼ି , ଥାଳି ଅନ୍ନ (ବଳଭଦ୍ରଙ୍କ ନିମନ୍ତେ): ୯ କୁଡୁଆ , ଥାଳି ଅନ୍ନ (ଜଗନ୍ନାଥଙ୍କ ନିମନ୍ତେ): ୪ କୁଡୁଆ , ଥାଳି ଅନ୍ନ (ସୁଭଦ୍ରାଙ୍କ ନିମନ୍ତେ): ୨ କୁଡୁଆ , ଥାଳି ଅନ୍ନ (ସୁଦର୍ଶନ ଚକ୍ରଙ୍କ ନିମନ୍ତେ): ୨ କୁଡୁଆ , ସାନ ଓଳି ଓରିଆ (ଅନ୍ନ): ୪ ଓଳି , ଭୋଗ ଓଡ଼ିଆ ବଡ଼: ୧୦ ଓଳି , ପୀତ ଅନ୍ନ: ୪ଓଳି , ମୁଗ ଡାଲି: ୪ ଓଳି , ସାନ ଓଳି ମରିଚି ପାଣି , ବଡ଼ ଓଳି ମରିଚି ପାଣି , ସାନମ୍ବ , ବଡ଼ ଖିରିସା , ଓଳି ବଡ଼ ଖିରିସା , ସୁବାସ ପଖାଳ , ଛେନା ପିଠା , ଶାକର , ପନକ , କଦମ୍ବ ହାଣ୍ଡି , ଝଣ୍ଡା ତଡ଼ା , ମରିଚୀ ଲଡ଼ୁ: ୫୦ , ଥାଳି ପକା ଢଉଳ , ତ୍ରିପୁରି , ସନ୍ଧ୍ୟା ଧୂପ (ତୃତୀୟ ଧୂପ) (ସନ୍ଧ୍ୟା ୭.୦୦ରୁ ୮.୦୦) ଜୟ ମଙ୍ଗଳ ଆରତି (ସନ୍ଧ୍ୟା ଆରତି) ପରେ ଏହା ଅର୍ପଣ କରାଯାଏ । ଚତୁର୍ଥ ଅବକାଶ ପରେ 'ସଞ୍ଜଧୂପ' ନୈବେଦ୍ୟ ଅର୍ପଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+